ସଂକଟରେ ପଶ୍ଚିମ ଏସିଆ
୨୫ଲକ୍ଷ ଭାରତୀୟଙ୍କୁ ଦାରିଦ୍ର୍ୟକୁ ଠେଲି ଦେଇପାରେ
ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)ର ଏକ ନୂତନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ପଶ୍ଚିମ ଏସିଆରେ ଚାଲିଥିବା ସଂକଟ ୨୫ଲକ୍ଷ ଭାରତୀୟଙ୍କୁ ଦାରିଦ୍ର୍ୟକୁ ଠେଲି ଦେବ ।
ଫଳରେ ଦେଶରେ ମାନବ ିକାଶ ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ମଧ୍ୟପ୍ରାଚ୍ୟରେ ସାମରିକ ବୃଦ୍ଧି : ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମାନବ ବିକାଶର ପ୍ରଭାବ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ଏହି ସଂକଟ ସମଗ୍ର ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମାନବ ବିକାଶ ଉପରେ ଚାପ ବୃଦ୍ଧି କରୁଛି ।
ଇନ୍ଧନ, ମାଲ ପରିବହନ ଏବଂ ଇନପୁଟ ଖର୍ଚ ବୃଦ୍ଧି ଯୋଗୁଁ ପରିବାରର କ୍ରୟ ଶକ୍ତି ହ୍ରାସ ପାଉଛି । ମଙ୍ଗଳବାର ପ୍ରକାଶିତ ପ୍ରାରମ୍ଭିକ ଆକଳନ ଅନୁଯାୟୀ ବିଶ୍ୱ ସ୍ତରରେ ୮.୮ନିୟୁତ ଲୋକଙ୍କୁ ଦାରିଦ୍ରଉକ ଠେଲି ଦିଆଯାଇପାେ । ଏହା ସହିତ ଚେତାବନୀ ଦିଆଯାଇଛି, ଏହି ବୃଦ୍ଧି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଂଚଳକୁ ୨୯୯ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ପହଁଚାଇପାରେ ।
ରିପୋର୍ଟରେ କୁହାଯାଇଛି, ଭାରତରେ ଦାରିଦ୍ର୍ୟ ସୀମା ମଧ୍ୟରେ ରହିଥିବା ଲୋକଙ୍କ ସଂଖ୍ୟା ୪ଲକ୍ଷରୁ ୨୫ଲକ୍ଷକୁ ବୃଦ୍ଧି ପାଇପାରେ । ବିଶ୍ୱ ସ୍ତରରେ ବିଭିନ୍ନ ପରିସ୍ଥିତିରେ ସଂଘର୍ଷଯୋଗୁଁ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଥିବା ଲୋକଙ୍କ ସଂଖ୍ୟା୧.୯ ନିୟୁତରୁ ୮.୮ ନୟୁତକୁ ବୃଦ୍ଦି ପାଇପାରେ । ଏହି ଜନସଂଖ୍ୟା ଦକ୍ଷିଣ ଏସିଆ ସର୍ବାଧିକ ଅଂଶ ହେବ ବୋଲି ଆଶଙ୍କା କରାଯାଉଛି ।
ଚୀନରେ ଦାରିଦ୍ର୍ୟକୁ ଠେଲି ହେବା ଜନସଂଖ୍ୟା ୧୧୫,୦୦୦ରୁ ୬୨୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛିି । ସାମରିକ ଅଭିଯାନର ଆନୁମାନିକ ଦାରିଦ୍ର୍ୟ ପ୍ରଭାବ ଉପରେ ଆଲୋକପାତ କରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସଂକଟ ପରବର୍ତୀ ସମୟରେ ଭାରତର ଦାରିଦ୍ର୍ୟ ହାର ୨୩.୯ ପ୍ରତିଶତରୁ ୨୪.୨ ପ୍ରତିଶତକୁ ବୃଦ୍ଧି ପାଇବ । ଯାହା ୨,୪୬୪,୬୯୮ଲୋକଙ୍କୁ ଦାରିଦ୍ର୍ୟକୁ ଠେଲିଦେବ ।
ସଂକଟ ପରବର୍ତୀ ସମୟରେ ଦେଶରେ ପ୍ରାୟ ୩୫୧,୫୬୯,୦୦୦ ଲୋକ ଦାରିଦ୍ର୍ୟରେ ଜୀଇଁବେ ବୋଲି ଆକଳନ କରିାଯାଇଛି । ଏହି ଅଂଚଳର ଦେଶଗୁଡ଼ିକର ମାନବ ବିକାଶ ସୂଚକାଙ୍କ ଉପରେ ଯୁଦ୍ଧର ପ୍ରଭାବ ଆକଳନ କରାଯାଇଛି । ଏହା ସୂଚିତ କରିଛି ଯେ ଇରାନର ମାନବ ବିକାଶ ସୂଚକାଙ୍କ ପ୍ରାୟ ଦେଢ଼ ବର୍ଷର ମାନବ ବିକାଶ ପ୍ରଗତି ସହ ସମାନ ପରିମାଣରେ ହ୍ରାସ ପାଇପାରେ । ଭାରତ ପ୍ରାୟ ୦.୦୩-୦.୧୨ ବର୍ଷ ମାନବ ବିକାଶ ସୂଚକାଙ୍କ ପ୍ରଗତି ହରାଇବ ବୋଲି ଆକଳନ କରାଯାଇଛି ।
ଏହା ପରେ ନେପାଳ ପ୍ରାୟ ୦.୦୨-୦.୦୯ ବର୍ଷ ଏବଂ ଭିଏତନାମ ୦.୦୨-୦.୦୭ ବର୍ଷର ମାନବବିକାଶ କ୍ଷତି ସହିବ । ଚୀନରେ ମାନବ ବିକାଶ ସୂଚକାଙ୍କ ଉପରେ ଆନୁମାନିକ ପ୍ରଭାବ ପ୍ରାୟ ୦.୦୧-୦.୦୫ ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏହି ଅଂଚଳର ବୃହତ ଆମଦାନୀକାରୀଙ୍କ ମଧ୍ୟରେ ଭାରତ ନିଜର ୯୦ପ୍ରତିଶତରୁ ଅଧିକ ତୈଳ ଆବଶ୍ୟକତା ଆମଦାନୀ ମାଧ୍ୟମରେ ପୂରଣ କରିଥାଏ, ୪୦ ପ୍ରତିଶତରୁ ଅଧିକ ଅଶୋଧିତ ଆମଦାନୀ ଏବଂ ୯୦ ପ୍ରତିଶତ ଏଲ୍ପିଜି ଆମଦାନୀ ପଶ୍ଚିମ ଏସିଆରୁ କରାଯାଇଥାଏ ।
ଏହା ବ୍ୟତୀତ ପଶ୍ଚିମ ଏସୀୟ ଦେଶଗୁଡ଼ିକ ଭାରତର ସାର ଆମଦାନୀରେ ୪୫%ରୁ ଅଧିକ ଯୋଗାଣ କରିଥାଆନ୍ତି । ଦେଶର ଘରୋଇ ୟୁରିଆ ଉତ୍ପାଦନର ୮୫% ଆମଦାନୀ ହୋଇଥିବା ପୁନଃ ଗାସିଫାଇଡ ତରଳୀକୃତ ପ୍ରାକୃତିକ ଗ୍ୟାସ ଉପରେ ନିର୍ଭର କରେ ।
ମଧ୍ୟପ୍ରାଚ୍ୟ ସଂକଟ ଅନେକ ଦେଶରେ ଶକ୍ତି ବିକଳ୍ପଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି । ଏଲଏନଜି ମୂଲ୍ୟ ବୃଦ୍ଧି ସହିତ ଭାରତ, ଥାଇଲାଣ୍ଡ, ଫିଲିପାଇନ୍ସ ଏବଂ ଭିଏତନାମ ସମେତ କିଛି ଅର୍ଥନୀତି କୋଇଲା ଚାଳିତ ଶକ୍ତି ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି କରିଛନ୍ତି ।
ବାଣିଜ୍ୟ ଏବଂ ଯୋଗାଣ ଶୃଙ୍ଖଳା ବାଧା ସମ୍ପର୍କରେ ଏହି ବିଶ୍ଲେଷଣ ଦଶାଉଛି ଯେ ୩୬ଟି ଦେଶ ମଧ୍ୟରୁ ୨୫ଟି ଦେଶର ମାଲ ପରିବହନ ପ୍ରଭାବିତ ହୋଇଛି ।
ହର୍ମୁଜ ପ୍ରଣାଳୀରେ ବାଧା ସୃଷ୍ଟି ହେବା ଯେଗୁଁ ଭାରତରେ ଚିକିତ୍ସା ଉପକରଣ ପାଇଁ କଂଚାମାଲ ମୂଲ୍ୟ ପ୍ରାୟ ୫୦% ବୃଦ୍ଦି ପାଇବାର ଆଶା କରାଯାଉଛି ବୋଲି ଜାତିସଂଘର ସହାୟକ ମହାସଚିବ ଏବଂ ଏସିଆ ଓ ପ୍ରଶାନ୍ତ ମହାସାଗର ପାଇଁ ୟୁଏନଡିପି ଆଂଚଳିକ ନିର୍ଦେଶକ କାନି ୱିଗ୍ନାରାଜୀ କହିଥିବା ଦେଖାଯାଇଛି ।