ଭାରତୀୟ ଆମ୍ବ ଉପରେ କଟକଣା ଲଗାଇଲା ନେପାଳ
ଗୋଟିକ ପରେ ଗୋଟିଏ ଦେଶରେ ଭାରତୀୟ ଆମ୍ବ ନିଷିଦ୍ଧ ହେବାରେ ଲାଗିଛି ।
ପୂର୍ବର ଅର୍ଥାତ ୧୯୮୬ ମସିହାରେ ଜାପାନ ସରକାର ଭାରତୀୟ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଥିଲେ । ଏବେ ପଡ଼ୋଶୀ ନେପାଳ ମଧ୍ୟ ଭାରତୀୟ ଆମ୍ବକୁ ନିଷିଦ୍ଧ କରିଛି । ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଭାରତୀୟ ଆମ୍ବ ଆମଦାନୀକୁ ନେପାଳ ଅଟକାଇ ଦେଇଛି ।
ଏହି କଟକଣା ନେପାଳର ସ୍ଥାନୀୟ ଚାଷୀଙ୍କ ପାଇଁ ବରଦାନ ଭାବେ ବିଚାର କରାଯାଉଛି । ନେପାଳର କୃଷି ମନ୍ତ୍ରଣାଳୟ ପ୍ରବକ୍ତା ମନିଷ କୁମାର ପାଲ କହିଛନ୍ତି ଯେ ଏହା ସ୍ଥାନୀୟ ଚାଷୀଙ୍କୁ ଅଧିକ ଆମ୍ବ ଚାଷ କରିବାକୁ ଉତ୍ସାହିତ କରିବ ଓ ସ୍ଥାନୀୟ ଲୋକମାନେ ସୁରକ୍ଷିତ ଏବଂ ସୁସ୍ୱାସ୍ଥ୍ୟକର ଆମ୍ବ ଖାଇବାର ସୁଯୋଗ ପାଇବେ ।
ତେବେ ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଫଳ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯୋଗ୍ୟ ଯେ ଆମେରିକା, ସଂଯୁକ୍ତ ଆରବ ଏମିରେଟସ (ୟୁଏଇ), ବ୍ରିଟେନ, ନେଦରଲ୍ୟାଣ୍ଡସ ଓ ସାଉଦି ଆରବରେ ଭାରତୀୟ ଆମ୍ବର ଚାହିଦା ଅଧିକ ।