ବିଶ୍ୱକପ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ
ଆମେରିକାରେ ଫିଫା ବିଶ୍ୱକପ-୨୦୨୬ ଆରମ୍ଭ ହେବାର ଠିକ ପୂର୍ବରୁ ବନ୍ଧୁକରୁ ବାହାରିଥିବା ଗୁଳି ଗର୍ଜିଛି ।
ଆମେରିକାରେ ବନ୍ଧୁକ ସଂସ୍କୃତିର ଭୟଙ୍କର ଚେହେରା ପୁଣିଥରେ ବିଶ୍ୱବାସୀ ଦେଖିବାକୁ ପାଇଛନ୍ତି । ମିସୌରୀର କାନସାସ ସିଟିରେ ହୋଇଥିବା ଗୁଳିକାଣଡରେ ଅତି କମରେ ନଅ ଜଣ ଆହତ ହୋଇଛନ୍ତି । ବିଶ୍ୱକପ ସମୟରେ ଇଂଲଣ୍ଡ ଫୁଟବଲ ଦଳ ଯେଉଁଠାକୁ ନିଜର ବେସ ସ୍ଥାପନ କରିବାକୁ ଯାଉଛି, ସେହି ସ୍ଥାନଠାରୁ ମାତ୍ର ଚାରି ମାଇଲ ଦୂରରେ ଏହି ଘଟଣା ଘଟିଛି ।
ଟୁର୍ଣ୍ଣାମେଂଟ ଆରମ୍ଭ ହେବାକୁ ଥିବାବେଳେ ଖେଳାଳିମାନଙ୍କର ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାନସାସ ସିଟି ପୁଲିସ କହିଛି ଯେ ଗୁଳିକାଣ୍ଡରେ ଆହତ ହୋଇଥିବା ନଅଜଣ ଲୋକ ବିପଦମୁକ୍ତ ଅଛନ୍ତି ।
ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହାସପାତାଳରେ ଭର୍ତି କରଯାଇଛି । ପୁଲିସ ଏପର୍ଯ୍ୟନ୍ତ କାହାକୁ ଘଟଣା ଅଭିଯୋଗରେ ଗିରଫ କରିନାହିଁ ।
ସୌଭାଗ୍ୟବଶତଃ ଇଂଲଣ୍ଡ ଦଳ କାନସାସ ସିଟିରେ ପହଂଚି ନଥିଲା । କାରଣ ଇଂଲଣ୍ଡ ଦଳ ବର୍ତମାନ ଫ୍ଲୋରିଡାର ଆର୍ଲାଣ୍ଡୋରେ ରହିଛି ।
ସେଠାରେ ସେମାନେ ବୁଧବାର କୋଷ୍ଟାରିକା ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।