ବ୍ରିଗେଡରେ ବିଜେପିର ଶପଥ ଗ୍ରହଣ
ଆସନ୍ତା ୯ ତାରିଖ (୨୫ ବୈଶାଖ) ଶନିବାର, ବ୍ରିଗେଡରେ ପଶ୍ଚିମବଙ୍ଗ ନୂତନ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ସର୍ବଭାରତୀୟ ସଭାପତି ନୀତିନ ନବୀନଙ୍କ ସହ ଏକାଧିକ ମନ୍ତ୍ରୀ, ଅଧିକାରୀ ଉପସ୍ଥିତ ରହିବେ ।
ବିଜେପି ରାଜ୍ୟ ସଭାପତି ସମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଶନିବାର ସକାଳ ୧୦ଟାରେ ବ୍ରିଗେଡ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାଧାରଣ ଜନତାଙ୍କ ମଝିରେ ଏହି ଶପଥ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
କାରଣ ଭୋଟ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା କହିଥିଲେ ଯେ ସେମାନେ ପଶ୍ଚିମବଙ୍ଗରେ ଜନତାଙ୍କ ସରକାର ପ୍ରତିଷ୍ଠା କରିବେ ।
ତେଣୁ ଏଭଳି ଆୟୋଜନ ହୋଇଛି । ଶପଥ ପୂର୍ବ ଦିନ ଅର୍ଥାତ ମେ ୮ତାରିଖରେ ବିଧାୟକଙ୍କ ସହ ଅମିତ ଶାହା ବୈଠକ କରିବେ ।