ଭୁବନେଶ୍ୱର ବିମାନ ବନ୍ଦରରୁ ୬ କୋଟିର ଗଂଜେଇ ଜବତ
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣରେ ଗଂଜେଇ ଜବତ ହୋଇଛି । ଜଣେ ଯାତ୍ରୀଙ୍କ ଠାରୁ ତଲାସୀ ସମୟରେ ପ୍ରାୟ ୬ କୋଟି ଟଂକା ମୂଲ୍ୟର ମାରିଜୁଏନାକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି । ତେବେ ଭୁବନେଶ୍ୱରର କାହା ପାଖକୁ ଏହି ନିଶାଦ୍ରବ୍ୟ ଆସୁଥିଲା ତାହାକୁ ନେଇ ଖୋଳତାଡ଼ ଚାଲିଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଅଟକ ଯୁବକଦ୍ୱୟ ବ୍ୟାଂକକରୁ ବିମାନ ଯୋଗ ଆସିଥିବା ଏକ ବିମାନରେ ଆସି ପହଂଚିଥିବା ଯୁବକଦ୍ୱୟଙ୍କ ତଲାସି ସମୟରେ ଏହି ଗଂଜେଇ ଜବତ ହୋଇଥିବା ରାଜସ୍ୱ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଅଟକ ଯୁବକଦ୍ୱୟ ତାମିଲନାଡୁର ବୋଲି ଜଣାଯାଇଥିବାବେଳେ ସେମାନେ ବିମାନ ସଂଖ୍ୟା ୬-ସି ୧୦୬ ବ୍ୟାଗ ଭର୍ତି ହାଇଡ୍ରୋଫୋନିକ ୱିଟ ବା ଉନ୍ନତମାନର ଗଂଜେଇ ଆଣିଥିଲେ । ଏହାର ଓଜନ ୬ କିଲୋଗ୍ରାମ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୬ କୋଟି ଟଂକା ହେବ ବୋଲି ଜଣାପଡ଼ିଛି । ତେବେ ସେମାନେ ଏହା କାହା ପାଖରୁ ଆଣିଛନ୍ତି ତାହା ସେମାନେ କହିନଥିବାବେଳେ ସେମାନେ ଭୁବନେଶ୍ୱରର କାହା ପାଇଁ ଏଗୁଡ଼ିକୁ ଆଣୁଥିଲେ ତାହା ନେଇ ଜେରା ଜାରି ରହିଛି । ଏଥିସହ ଏହି ମାରିଜୁଏନା ସେମାନଙ୍କ ପ୍ୟାକେଟ୍ରେ ଆସିଥିଲା । ସେମାନଙ୍କ ହ୍ୱାଟସଆପ୍ ଚାଟିଂ ଓ ମୋବାଇଲକୁ ଯାଂଚ କରାଯାଉଛି ।