ବଳାକ୍ରାରୀକୁ ମୃତ୍ୟୁ ଦଣ୍ଡାଦେଶ
ଗଞ୍ଜାମ ଜିଲା ପୋଲସରା ଥାନା ଅଂଚଳରେ ୨୦୨୧ ମସିହାରେ ଘଟିଥିବା ନାବାଳିକା ବଳାକ୍ରାର ଓ ହତ୍ୟା ଉଦ୍ୟମ ଘଟଣା ଅଭିଯୋଗରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ।
ମାମଲାର ବିଚାର କରି ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକ୍ସୋ ଅଦାଲତର ଜଜ୍ ରୋହିତ ଲାଲ ପଣ୍ଡା ସଂପୃକ୍ତ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତଜଣକ ହେଲେ ପୋଲସରା ଥାନା ଅଂଚଳର କେଶବ ନାହାକ । ବୟସ ଆନୁମାନିକ ୩୦ବର୍ଷ ।
ମାମଲାର ବିବରଣୀ ଅନୁସାରେ ଆସାମୀ କେଶବ ୨୦୨୧ ମସିହା ନଭେମ୍ବର ୨୧ ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରିଥିଲା । ଏ ନେଇ ପୋଲସରା ଥାନା ଏକ ମାମଲା ରୁଜୁ କରାଯାଇଥିଲା । କୋର୍ଟରେ ମାମଲା ରୁଜୁ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଏହି ମାମଲାର ସମସ୍ତ ପକ୍ଷକୁ ଶୁଣିବା ପରେ ଦାଖଲ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କୋର୍ଟ ଆସାମୀକୁ ପୋକ୍ସୋ ଆଇନ୍ ଧାରା ୬ ସହିତ ଆଇପିସର ଧାରା ଅନୁସାରେ ମୃତ୍ୟୁ ଦଣ୍ଡ ପ୍ରଦାନ କରିଛନ୍ତି ।
ଏହା ସହତ ଆଇପିସି ଧାରା ୩୦୭ ଅନୁସାରେ ୧୦ବର୍ଷ କଠୋର କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଜୋରିମାନା ଅନାଦେୟରେ ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବାକୁ ହେବ । ସେହିପରି ଆଇପିସି ଧାରା ଅନୁସାରେ ଆଉ ୫ବର୍ଷ କାରାଦଣ୍ଡ ଦେବାକୁ ନିର୍ଦେଶ ହୋଇଛି ।
ପୀଡ଼ିତାଙ୍କ ପାଇଁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।