୧୪ଲକ୍ଷ ଟଙ୍କାର କାଠ ଜବତ
ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ବନ ଶାଖା ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୧୪ଲକ୍ଷ ଟଙ୍କାରୁ ଊର୍ଦ୍ଧ ମୂଲ୍ୟର କାଠ ଜବତ କରାଯାଇଛି ।
ଆଜି ବିଭାଗ ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ କଟକ ଜିଲା ନିଆଳି ଥାନା ଅଧିନ ବିଲାଶୁଣି ଗ୍ରାମରେ ଥିବା ଏକାଧିକ ବେଆଇନ କରତକଳ ଉପରେ ଚଢ଼ଉ କରିଥିଲା । ଚଢ଼ଉରେ କାଠ କାଟିବା ନିମନ୍ତେ ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଥିଲା ।
ଏହା ସହ ୨୫.୬୬ ଘନଫୁଟ ମୂଲ୍ୟବାନ କାଠ ଜବତ କରାଯାଇଥିଲା । ଯାହାର ମୂଲ୍ୟ ୧୨ଲକ୍ଷ ୯୫ହଜାର ୭୯୨ଟଙ୍କା ହେବ । ସେହିଭଳି ୫୧.୧୩୬ ଘନଫୁଟର କାଠଗଣ୍ଡି ମଧ୍ୟ ଏକ ପଡ଼ିଆରୁ ଜବତ କରାଯାଇଛି ।
ଯାହାର ମୂଲ୍ୟ ୧ଲକ୍ଷ ୧୨ହଜାର ୫ଶହ ଟଙ୍କା ହେବ । ସମୁଦାୟ ୭୫.୭୯୬ ଘନଫୁଟ କାଠ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୧୪ଲକ୍ଷ ୮ହଜାର ୨୯୨ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।