ଅବପାତ ଆଣୁଛି ବଡ଼ ବର୍ଷା
୯ ଜିଲାକୁ ରେଡ୍ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଜନିତ ଅବପାତ ଯୋଗୁଁ ଆଗକୁ ଆହୁରି ବଡ଼ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ।
ରାଜ୍ୟର ୯ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି ହୋଇଛି ।
ଏହି ୯ଟି ଜିଲାର ଜିଲାପାଳମାନଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।
ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ତେବେ ଉପର ମୁଣ୍ଡରେ ବର୍ଷା ନଥିବାରୁ ବନ୍ୟାର କୌଣସି ଆଶଙ୍କା ନଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।








