ଯମଜ ଝିଅଙ୍କ ଗଳାକାଟି ହତ୍ୟା କଲା ବାପା
କାନପୁରରେ ଏକ ହୃଦୟ ବିଦାରକ ଘଟଣା ସଂପ୍ରତି ସାଧାରଣରେ ଚର୍ଚାର ପ୍ରସଙ୍ଗ ପାଲଟିଛି ।
ଜଣାପଡ଼ିଛି ଯେ ନିଜର ୧୧ବର୍ଷର ଯମଜ ଝିଅଙ୍କ ତଂଟିକାଟି (ଗଳାକାଟି) ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଘଟଣାଟି ଝିଅଙ୍କ ଘରେ ଘଟିଥିବା ଜଣାପଡ଼ିଛି । ରବିବାର ସକାଳେ ପୁଲିସ ହତ୍ୟା ସମ୍ପର୍କରେ ପାଇଥିଲା ।
ହତ୍ୟାକାଣ୍ଡ ସହିତ ଅଭିଯୁକ୍ତଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ମଦ୍ୟପାନ କରି ତାଙ୍କ ସହିତ ମାଡ଼ପିଟ କରିବା ସହିତ ଖାଇବାକୁ ଦେଉ ନଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ଦମ୍ପତି ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ଦୁଇଜଣଙ୍କ ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା ।
ମହିଳା ରେଶମା ଛେତ୍ରୀ ଆହୁରି ମଧ୍ୟ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିଜ କକ୍ଷ ସହିତ ଘରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଅଭିଯୁକ୍ତ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ତାଙ୍କ ବାପଘରେ ଗତ ୯ମାସ ହେଲା ପୁଅକୁ ନେଇ ରହି ଆସୁଥିଲେ । କିନ୍ତୁ ସ୍ୱାମୀଜଣକ ଦୁଇ ଯମଜ ଝିଅଙ୍କୁ ମାଆଙ୍କ ସହ ଛାଡ଼ୁ ନଥିଲେ । ଝିଅଙ୍କ କଥା ମନେ ପଡ଼ିବାରୁ ନିକଟରେ ସେ ଘରକୁ ଫେରିଥିଲେ । ଘଟଣା ଦିନ ପୂର୍ବ ରାତିରେ ପୁରା ପରିବାର ଏକ ସାଥିରେ ରହିଥିଲେ । ଖାଇସାରି ଶୋଇବାକୁ ଯାଇଥିଲେ ।
ଦୁଇ ଝିଅ ବାପାଙ୍କ ସହିତ ତାଙ୍କ କ୍ଷରେ ଶୋଇଥିବାବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ପୁଲିସ କହିଛି ଯେ ଗଳାରେ ଗଭୀର କ୍ଷତ ରହିଛି । ଦୁହିଁଙ୍କୁ ଗଳାକାଟି ହତ୍ୟା କରାଯାଇଛି । ତେବେ ଅଭିଯୁକ୍ତ ବାପା ନିଜେ ପୁଲିସକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଫରେନସିକ ଦଳ ପ୍ରମାଣ ସଂଗ୍ରହ କରିବା ଆରମ୍ଭ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରିଛି ।
କେଉଁ କାରଣରୁ ହତ୍ୟା କରାଯାଇଛି ବୋଲି ପୁଲିସ ପ୍ରଶ୍ନ କରିବା ସହ ଜେରା ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ପୁଲିସ ଶବବ୍ୟବଚ୍ଛେଦ ପାଇଁ ପଠାଇଛି ।