ଭୁୁବନେଶ୍ୱର କଳିଙ୍ଗ ନଗରରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ
ଜଣେ ଗୁରୁତର, ଜଳିଗଲା ୨ଟି ସ୍କୁଟି
ସାରା ଦେଶରେ ଗ୍ୟାସ ସିଲିଣ୍ଡରର ସଂକଟକୁ ନେଇ ସମସ୍ତେ ଚିନ୍ତିତ । ଗ୍ୟାସ ବୁକିଂ ପାଇଁ ବିତରକଙ୍କ କାର୍ଯ୍ୟାଳୟ ଆଗରେ ଦୀର୍ଘ ସମୟ ଧରି ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି ।
ତେବେ ଏଭଳି ପରିସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ଭୁବନେଶ୍ୱରର କଳିଙ୍ଗନଗରରେ ଘଟିଛି । କଳିଙ୍ଗ ନଗରର ଟାଟା ଏରିନା ସମ୍ମୁଖରେ ଥିବା ହୋଟେଲଗୁଡ଼ିକରେ ଥିବା ଗ୍ୟାସ ଟାଙ୍କିଗୁଡ଼ିକ ଫାଟିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ।
ଏଠାରେ ଥିବା ଏକ ଗ୍ୟାସ ରିଫିଲିଂ ଦୋକାନରେ ରିଫିଲିଂ ବେଳେ ଅସାବଧାନତା ହେତୁ କୌଣସି ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ପ୍ରଥମେ ବିସ୍ଫୋରଣ ଘଟିଥିଲା ।
ପରେ ଏହି ନିଅାଁ ବ୍ୟାପିବା ସହ ଅନେକଗୁଡ଼ିଏ ଗ୍ୟାସ ସିଲଣ୍ଡରରେ ନିଆଁ ଲାଗିବାରୁ ସେଗୁଡ଼ିକ ଫାଟିଥିଲା । ଏହି ଅଗ୍ନିକାଣ୍ଡରେ ୨ଟି ସ୍କୁଟି ଜଳିଯାଇଛି ।
ତେବେ ଗୋଟିଏ ଘରେ ୧୬ଟି ବଡ଼ ସିଲିଣ୍ଡର ଥିବାବେଳେ ଅନେକଗୁଡ଼ିଏ ୫ କିଲୋର ଛୋଟ ସିଲିଣ୍ଡର ଥିଲା । ଏହି ଛୋଟ ସିଲିଣ୍ଡରରେ ରିଫିଲିଂବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
ପରେ ନିଅର୍ା ସେଠାରେ ଥିବା ଅନ୍ୟ ସିଲିଣ୍ଡରଗୁଡ଼ିକୁ ଧରିନେଇଥିଲା । ଫଳରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବା ଯୋଗୁଁ ଲୋକେ ଶବ୍ଦ ଶୁଣି ଆତଙ୍କିତ ହୋଇପଡ଼ିଥିଲେ ।
ଏହି ଭୟାନକ ଅଗ୍ନିିକାଣ୍ଡରେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଜଣେ ଲୋକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ।
ଏଥିରେ ଆଂଚଳିକ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ନିଅାଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି ।
ତେବେ ଏଠାରେ ଗ୍ୟାସର ଚୋରା କାରବାର ଚାଲୁଥିବାବେଳେ ଏହି ଅଘଟଣ ଘଟିଥିବା ପୁଲିସ ସନେ୍ଦହ କରୁଛି ।