ଓଏସଆରଟିସି ଅଫିସ ଆଗରେ ଧାରଣା
ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗର ମେଦିନପୁର ଠାରେ ଜଣେ ଓଏସଆରଟିସି ଡ୍ରାଇଭରଙ୍କ ମୃତୁ୍ୟକୁ ନେଇ ସହକର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ମୃତ ଡ୍ରାଇଭରଙ୍କ ନାମ ପ୍ରମୋଦ କୁମାର ମହାପାତ୍ର ଓ ତାଙ୍କ ଘର କଟକ ଜିଲା ବାଙ୍କୀ ଅଂଚଳର ବୈଦେଶ୍ୱର ଠାରେ । ଓଡ଼ିଶାରୁ ଓଏସଆରଟିସିର ଗାଡ଼ିକୁ ପ୍ରମୋଦ ଚଳାଇ ପଶ୍ଚିମବଙ୍ଗକୁ ଯାଇଥିଲେ । ସେଠାରେ ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ହୋଇଥିଲା ।
ଏ ସଂକ୍ରାନ୍ତରେ ପଶ୍ଚିମବଙ୍ଗର ମେଦିନାପୁରରୁ ରାଜ୍ୟ ଓଏସଆରଟିସି ଅଫିସକୁ ସୂଚିତ କରାଯାଇଥିଲା । ମାତ୍ର ଏଠାରୁ କୌଣସି ଅଫିସର ଏ ଏହାକୁ ଗୁରୁତର ସହ ନେଇନଥିଲେ କିମ୍ବା ଦୁର୍ଘଟଣାରେ ଗୁରୁତର ପ୍ରମୋଦଙ୍କ ଚିକିତ୍ସା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନଥିଲା ।
ଏଥିପାଇଁ ପ୍ରମୋଦଙ୍କ ମୃତୁ୍ୟ ଘଟିଥିଲା ବୋଲି ତାଙ୍କ ବିଧବା ପତ୍ନୀ ଓ ଝିଅ ଅଭିଯୋଗ ଆଣିଛନ୍ତି ।
ତେବେ ଶନିବାର ସକାଳୁ ପ୍ରମୋଦଙ୍କ ମୃତଦେହ ଭୁବନେଶ୍ୱର ପହଂଚିବା ପରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା ଏବଂ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ଦାବିରେ ଧାରଣା ଦିଆଯାଇଛି ।
ଶନିବାର ସକାଳୁ ଓଏସ୍ଆର୍ଟିସି କାର୍ଯ୍ୟାଳୟ ସମ୍ମୁଖରେ ସହକର୍ମଚାରୀ ଓ ଡ୍ରାଇଭର ଏବଂ ଅନ୍ୟମାନେ ଧାରଣା ଜାରି ରଖିଛନ୍ତି ।