ମୁମ୍ବଇ ବିମାନ ବନ୍ଦରରେ ନିଆଁ
ଗୁରୁବାର ମୁମ୍ବଇ ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରବଳ ଧୂଆଁ ଯୋଗୁଁ ସମଗ୍ର ଅଂଚଳ ଧୂସର ବର୍ଣ୍ଣ ଧାରଣ କରିଥିଲା ।
ବିମାନବନ୍ଦର ଟର୍ମିନାଲ-୧ବିରେ ଏଭଳି ଘଟିଥିବାବେଳେ ସମ୍ବବତଃ ସର୍ଟ ସର୍କିଟ୍ ଯୋଗୁଁ ଏହା ହୋଇଥାଇପାରେ ବୋଲି ପୁଲିସ ମନେ କରୁଛି । ତେବେ କୌଣସି ମୃତାହତ ଘଟଣା ଜଣାପଡ଼ିନାହିଁ ।
ଦମକଳ ବିଭାଗର ବିଶେଷ ବାହିନୀ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଏହି ଘଟଣା ବିଭନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା କାରଣରୁ ସାଧାରଣରେ ଆତଙ୍କ ଖେଳିଯାଇଛି ।
ମୁମ୍ବଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୧ବି ଅଂଚଳ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଛି । ପ୍ରଥମେ ସକାଳ ୬ଟା ବେଳକୁ ଏହି ଧୂଆଁ ଦେଖାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ପରବର୍ତୀ ପର୍ଯ୍ୟାୟରେ ଦମକଳ ବାହିନୀ ଆସି ନିଆଁ ଲିଭାରେ ସାହାଯ୍ୟ କରିଥିଲେ ।
କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ତାହା ସଠିକ୍ ଭାବେ ଜଣା ପଡ଼ି ନଥିଲେ ସୁଦ୍ଧା ସର୍ଟ ସର୍କିଟ୍ ଯୋଗୁଁ ହୋଇପାରେ ବୋଲି ବିଶେଷଜ୍ଞ ଦଳ ମନେ କରୁଛି । ସନ୍ଧ୍ୟା ପର୍ଯ୍ୟନ୍ତ ସମଗ୍ର ଅଂଚଳକୁ ନିରାପତା ବେଷ୍ଟନୀ ମଧ୍ୟରେ ରଖାଯାଇଥିଲା ।