ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ
କୋରାପୁଟସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରକଳ୍ପ ଭିତରୁ ଧୂଅାଁ ବାହାରୁଛି ।
ଖବରପାଇ ଘଟଣାସ୍ଥଳକୁ ଅଗ୍ନିଶମ ଟିମ ପହଂଚି ନିଅାଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି ।
ଏହାକୁ ନେଇ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟବାସୀ ଆତଙ୍କିତ ରହିଛନ୍ତି ।
ତେବେ କୌଣସି ଏକ ସର୍ଟ ସର୍କିଟରୁ ଉତ୍ପାଦନକେନ୍ଦ୍ରରେ ନିଅାଁ ଲାଗିଥିବା ନେଇ ସନେ୍ଦହ କରାଯାଉଛି ।
ବର୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ୪ ଜଣ କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି ।
ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଆଗ୍ନିକମାନେ ଏହି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।
ତେବେ ନିଅାଁକୁ ଲିଭାଇବାକୁ ଯାଇ ଜଣେ କନିଷ୍ଠ ଯନ୍ତ୍ରୀ ଆହତ ହୋଇଛନ୍ତି ।