ଆଇଆରଜିଏସ ଟାର୍ଗେଟରେ ଇଭାଙ୍କା
ଗତ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିଲା ଭୟଙ୍କର ଯୁଦ୍ଧ ।
ଏହି ଯୁଦ୍ଧର ଏଯାବତ ନିର୍ଣ୍ଣାୟକ ଫଳାଫଳ ହୋଇପାରି ନାହିଁ । ଅର୍ଥାତ ନା’ ଇରାନ ନଉଁଛି ନା’ ଆମେରିକା ଥମୁଛି । ତେବେ ଗତ ଏପି୍ରଲ ମାସ ପର ଠାରୁ ପ୍ରତ୍ୟକ୍ଷ ଭାବେ ଇରାନ ଓ ଆମେରିକା-ଇସ୍ରାଏଲ ସେନା ସାମ୍ନାସାମ୍ନି ବା ପରସ୍ପର ଉପରେ ସିଧାସଳଖ ଆକ୍ରମଣ କରିନଥିଲେ ହେଁ କୂଟନୈତିକ ଯୁଦ୍ଧ ଜାରି ରହିଛି ।
ପାକିସ୍ତାନ ଏଥିରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରି ଗତ ଏପ୍ରିଲ ମାସରେ ଇସଲାମାବାଦରେ ଇରାନ ପ୍ରତିପକ୍ଷ ଓ ଆମେରିକାର ଉପରାଷ୍ଟ୍ରପତି ଜେ.ଡି.ଭାନ୍ସଙ୍କ ମଧ୍ୟରେ ଶାନ୍ତି ଆଲୋଚନା କରିବାକୁ ଚେଷ୍ଟା କରିଥିଲା । ଯାହା ବିଫଳ ହୋଇଥିଲା । ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ପ୍ରତିପକ୍ଷଙ୍କ ମଧ୍ୟରେ ସିଧାସଳଖ ଶାନ୍ତି ଆଲୋଚନା ହୋଇ ବର୍ତମାନ ଯଦିଓ ବି ଯୁଦ୍ଧବିରାମ ରହିଛି; ମାତ୍ର ହର୍ମୁଜ ଷ୍ଟ୍ରେଟ ଏବେ ମଧ୍ୟ ଅବରୋଧିତ ହୋଇରହିଛି । ଯାହାକୁ ନେଇ ସମୟ ସମୟରେ ଇରାନ ଏବଂ ଆମେରିକା ମଧ୍ୟରେ ଉତେଜନା ଦେଖାଦେଉଛି ।
ତେବେ ଇତିମଧ୍ୟରେ ଏକ ନୂତନ କଥା ସାମ୍ନାକୁ ଆସିଛି ।
ଏବେ ଇରାନ ରିଭୋଲୁ୍ୟସନାରୀ ଗାର୍ଡସ ବା ଆଇଆରଜିଏସ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ତାଙ୍କ କନ୍ୟା ଇଭାଙ୍କା ଟ୍ରମ୍ପଙ୍କୁ ମଧ୍ୟ ଟାର୍ଗେଟ କରିଛି । ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଇଭାଙ୍କାଙ୍କୁ ହତ୍ୟା କରିବା ପାଇଁ ଆଇଆରଜିଏସ ଷଡ଼ଯନ୍ତ୍ର ରଚିଥିଲା ବୋଲି ଶୁଣିବାକୁ ମିଳୁଛି । ଇରାନ ସମର୍ଥିତ କୌଣସି ଏକ ଆତଙ୍କୀ ସଂଗଠନ ଇଭାଙ୍କାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ।
ତେବେ ଏହି ଖବର ପ୍ରଚାର ହେବା ପରେ ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ନିର୍ଦେଶରେ କନ୍ୟା ଇଭାଙ୍କାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।