କୋଇଲା ବୋଝେଇ ଟ୍ରେନରେ ନିଆଁ
କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ଶୁକ୍ରବାର ସନ୍ଧ୍ୟାରେ ଅନେକେ ନିଆଁ ଲାଗିଥିବା ଦେଖିବାକୁ ପାଇଛନ୍ତି । ଟ୍ରେନଟି ଏକ ମାଲଗାଡ଼ି ଥିବାବେଳେ ତାହା ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିଲା ।
ଟ୍ରେନର ପ୍ରତମ କେତେକ ଡବାରେ ଥିବା କୋଇଲାରେ ନିଆଁ ଲାଗିଥିବା କିଛି ଭିଡ଼ିଓ ମୋବାଇଲରେ ଭାଇରାଲ ହୋଇଥିବା ଦେଖାଯାଇଛି । ତେବେ କୋଇଲା ବୋଝେଇ ଏହି ମାଲଗାଡ଼ିରେ ନିଆଁ ଲାଗିଥିବା ବିଷୟକୁ କେସିଙ୍ଗା ଷ୍ଟେସନ କର୍ତୃପକ୍ଷ ସ୍ୱୀକାର କରିଥିବା ଜଣାପଡ଼ିଛି ।
ତେବେ କେଉଁଠାରୁ ଟ୍ରେନଟି କେଉଁ ସ୍ଥାନକୁ ଯାଉଥିଲା ଓ ନିଆଁ ଲାଗି ଟ୍ରେନରେ ଥିବା କୋଇଲା କେତେ ପରିମାଣର ନଷ୍ଟ ହୋଇଛି ସେ ବିଷୟରେ କର୍ତୃପକ୍ଷ କୌଣସି ସ୍ପଷ୍ଟ କରିନାହାଁନ୍ତି ।
ଟିଟିଲାଗଡ଼ ଷ୍ଟେସନରେ ଟ୍ରେନଟି ପହଂଚିବା ବେଳକୁ ନିଆଁର ପ୍ରକୋପ ହ୍ରାସ ପାଇଥିଲା ଏବଂ ସେଠାରେ ପାଣି ପକାଇ ନିଆଁକୁ ଲିଭାଇଥିବା କୁହାଯାଇଛି ।