୨୩ରେ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ୍ ୨୩ (ଗୁରୁବାର) ହେବାକୁ ସ୍ଥିର ହୋଇଛି ।
ଏହି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ଉତର ବଙ୍ଗ ଓ ଦକ୍ଷିଣ ବଙ୍ଗର କିଛି ଅଂଶ ସହିତ ମୋଟ ୧୫୨ଟି ନିର୍ବାଚନୀ ଆସନ ଅନ୍ତର୍ଭୁକ୍ତ ଅଛି, ଯେଉଁଗୁଡ଼ିକ ମଧ୍ୟରୁ ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ନନ୍ଦିଗ୍ରାମ ଆସନ ।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୩.୬୦କୋଟି ଭୋଟର ସେମାନଙ୍କ ମତଦାନ କରିବେ । ଏଥିରେ ପ୍ରାୟ ୧.୮୪କୋଟି ପୁରୁଷ ଭୋଟର, ୧.୭୫ କୋଟି ମହିଳା ଭୋଟର ଏବଂ ୪୬୫ଜଣ ତୃତୀୟ ଲିଙ୍ଗ ଭୋଟର ଅନ୍ତର୍ଭୁକ୍ତ ।
ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭୋଟିଂ ପାଇଁ ପ୍ରାୟ ୨,୪୫୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ଗୁରୁବାର ନନ୍ଦିଗ୍ରାମ, ଦାର୍ଜିଲିଂ, ଶିଲିଗୁଡ଼ି, ଜଲପାଇଗୁଡ଼ି, କୁଚବିହାରଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।
ହେବାକୁ ଥିବା କ୍ଷେତ୍ରଗୁଡ଼ିକ ମେଖାଲିଗଞ୍ଜ, ମାଥାଭାଙ୍ଗା, କୁଚବିହାର ଉତର, କୁଚବିହରା ଦକ୍ଷିଣ, ଶିତଳକୁଚି, ସିତାଇ, ଦୀନହାଟା, ନାଟାବାଡ଼ି, ତୁଫାନଗଞ୍ଜ, କୁମାରଗ୍ରାମ, କାଲଚିନି, ଆଲିପୁରଦୁଆର, ଫାଲାକାଟା, ମାଦାରିହାଟ, ଧୂପଗୁଡ଼ି, ମଇନାଗୁଡ଼ି, ଜଳପାଇଗୁଡ଼ି, ରାଜଗଞ୍ଜ, ଦବଗ୍ରାମ-ଫୁଲବାଡ଼ି, ମାଲ, ନାଗରକାଟା, କଲିମ୍ପଂ, ଦାର୍ଜିଲିଂ, କାର୍ସିଂୟା, ମାଟିଗାଡ଼ା-ନକ୍ସଲବାଡ଼ି, ସିଲିଗୁଡ଼ି, ଫନ୍ସିଦେଓ, ଛୋପ୍ରା, ଇସଲାମପୁର, ଗୋଲପୋଖର, ଚାକୁଲିଆ, କରଣଦିଘି, ରାଜଗଞ୍ଜ, ଇଟାହାର, କୁସମାଣ୍ଡି, ବାଲୁରଘାଟ, ତପନ, ଗଙ୍ଗାରାମପୁର, ହରିରାମପୁର, ଗାଜୋଲ, ଚାଂଚଳ, ହରିଶ୍ଚନ୍ଦ୍ରପୁର, ମାଲତିପୁର, ରତୁଆ, ମାଣିକଚକ, ମାଲଦହ, ଇଂଲିଶବଜାର, ମୋଥାବାଡ଼ି, ସୁଜାପୁର, ବୈଷ୍ଣବନଗର, ଫରାକ୍କା, ସମସେରଗଞ୍ଜ, ସୁତି, ଜଙ୍ଗିପୁର, ରଘୁନାଥଗଞ୍ଜ, ସାଗରଦିଘି, ଲାଲଗୋଲା, ଭଗବାନଗୋଲା, ରାଣୀନଗର, ମୁର୍ଶିଦାବାଦ, ନବଗ୍ରାମ, ବୌରନ, କାନ୍ଦୀ, ଭରତପୁର, ରେଜିନଗର, ବେଲଡ଼ାଙ୍ଗା, ବହରମପୁର, ହରିହରପାରା, ନଓଦା, ଡୋମକଲ, ଜଳଙ୍ଗି, ତମଲୁକ, ପାଁଶକୁଡ଼ା ପୂର୍ବ, ପାଁଶକୁଡ଼ା ପଶ୍ଚିମ, ମଇନା, ନନ୍ଦକୁମାର, ମହିଶାଦଳ, ହଳଦିଆ, ନନ୍ଦିଗ୍ରାମ, ଚଣ୍ଡିପୁର, ପଟାଶପୁର, କାନ୍ଥି ଉତର, ଭଗବାନପୁର, ଖେଜୁରି, କାନ୍ଥି ଦକ୍ଷିଣ, ରାମନଗର, ଏଗ୍ରା, ଦାନ୍ତନ, ନୟାଗ୍ରାମ, ଗୋପୀବଲ୍ଲଭପୁର, ଝାରଗ୍ରାମ, କେଶୀଆଡ଼ି, ଖଡ଼ଗପୁର ସଦର, ନୟାଗ୍ରାମ, ସବଂ, ପିଙ୍ଗଲା, ଖଡ଼ଗପୁର, ଡେବ୍ରା, ଦାସପୁର, ଘାଟାଲ, ଚନ୍ଦ୍ରକୋଣା, ଗଡ଼ବେଡ଼ା, ଶାଳବଣି, କେଶପୁର, ମେଦିନୀପୁର, ବିନପୁର, ବନେ୍ଦାୱାନ, ବଳରାମପୁର, ବାଘମୁଣ୍ଡି, ଜୟପୁର, ପୁରୁଲିଆ, ମାନବଜାର, କେଶପୁର, ପାରା, ରଘୁନାଥପୁର, ସାଲତୋରା, ଛାତନା, ରାଣୀବନ୍ଧ, ରାୟପୁର, ଟାଲଡାଙ୍ଗରା, ବାଙ୍କୁଡ଼ା, ବାଡ଼ଯୋଡ଼ା, ଓନ୍ଦା, ବିଷ୍ଣୁପୁର, କଟଲପୁର, ଇନ୍ଦୁସ, ସୋନାମୁଖୀ, ପାଣ୍ଡବେଶ୍ୱର, ଦୁର୍ଗାପୁର ପୂର୍ବ, ଦୁର୍ଗାପୁର ପଶ୍ଚିମ, ରାଣୀଗଞ୍ଜ, ଜମୁରିଆ, ଆସାନସୋଲ ଦକ୍ଷିଣ, ଆସାନସୋଲ ଉତର, କୁଲଟି, ବାରବଣି, ଦୁବରାଜପୁର, ସିଉଡି, ବୋଲପୁର, ନାନୁର, ଲାଭପୁର, ସାଇଁଥିଆ, ମୟୁରେଶ୍ୱର, ରାମପୁରହାଟ, ହାଁସନ, ନଳହାଟୀ ଓ ମୁରାରାଇରେ ଭୋଟ ଗ୍ରହଣ ହେବ ।