ଦକ୍ଷିଣ ଆଫ୍ରିକାରୁ ଆସିଲା ୪ଟି ଚିତାବାଘ
ଦକ୍ଷିଣ ଆଫ୍ରିକାରୁ ୪ଟି ଚିତାବାଘ ଭାରତ ଆସିଥିବାବେଳେ ସେମାନଙ୍କୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ନିକଟସ୍ଥ ବାନେରଘାଟା ନ୍ୟାସନାଲ ପାର୍କରେ ରଖାଯାଇଛି ।
ଦୀର୍ଘ ସତୁରି ବର୍ଷ ପରେ କର୍ଣ୍ଣାଟକରେ ପ୍ରଥମ ଥର ଚିତା ଦେଖିବାକୁ ମିଳିଛି ।
ଏଥର ଆସିଥିବା ଚିତାବାଘଙ୍କ ମଧ୍ୟରେ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବାଘ ଥିବା କୁହାଯାଇଛି ।
ଏମାନଙ୍କୁ ଆଗାମୀ ୨୦ଦିନ ପର୍ଯ୍ୟନ୍ତ କ୍ୱାରେଂଟାଇନରେ ରଖାଯିବା ସହ ପ୍ରାଣୀ ଡାକ୍ତର ସୁପାରିସ କରିଥିବା ଖାଦ୍ୟ ପ୍ରଦାନ କରାଯିବ । ଭାରତୀୟ ଜଳବାୟୁ ଓ ବାତାବରଣ ସହ ସ୍ୱାଭାବିକ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି । ଏମାନଙ୍କୁ ମିଶାଇ ଭାରତରେ ଚିତା ସଂଖ୍ୟା ୬୧କୁ ବୃଦ୍ଧି ପାଇଛ ି ।
ସୂଚନାଯୋଗ୍ୟ ୨୦୨୨ ମସିହାରେ ଚିତା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବାବେଳେ ନାମିବ୍ୟା, ଦକ୍ଷିଣ ଆଫ୍ରିକା, ବୋଡ଼ସ୍ାବନା ଭଳି ଆଫ୍ରିକୀୟ ରାଷ୍ଟ୍ରରୁ ଅଣାଯାଇଥିବା ଚିତାବାଘଙ୍କୁ ମଧ୍ୟପ୍ରଦେଶରେ କୁନୋ ନ୍ୟାସନାଲ ପାର୍କରେ ରଖାଯାଇଛି ।