୧୩ ରାଜ୍ୟରେ ପ୍ରବଳ ବର୍ଷା ପୂର୍ବାଭାସ
ଉତର ଭାରତୀୟ ରାଜ୍ୟଗୁଡ଼ିକ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ କରୁଛନ୍ତି ।
ଲୋକମାନେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଛି । ପାଣିପାଗ ବିଭାଗ ୧୩ଟି ରାଜ୍ୟରେ ବର୍ଷା ସତର୍କତା ଜାରି କରିଛି ।
ଏହି ଉତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ମଧ୍ୟ ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ ୨୨ରୁ ୨୫ ଏପ୍ରିଲ ମଧ୍ୟରେ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର ଏବଂ ମିଜୋରାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସମୟ ମଧ୍ୟରେ ଘଂଟାପ୍ରତି ୫୦ରୁ ୭୦କିଲୋମିଟର ବେଗରେ ପବନ ବହିପାରେ ।
ପାଣିପାଗ ବିଭାଗ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ସତର୍କତା ଜାରି କରିଛି ।
ଆଇଏମଡି ଅନୁଯାୟୀ ଏପ୍ରିଲ ୨୫ ଓ ୨୬ ତାରିଖରେ ଜମ୍ମୁ କଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।