ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍
ବନ୍ଧା ହେଲା କିଲର ଡ୍ରାଇଭର
ରାଜଧାନୀ ଭୁବନେଶ୍ୱରରେ ମଦୁଆ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି ।
ମଦ ପିଇବା ପରେ ସେମାନେ ଏଭଳି ଭାବେ ବେପରୁଆ ହୋଇ ଗାଡ଼ ଚଳାଉଛନ୍ତି ସତେ ଯେପରି ଏହି ସଡ଼କଟି ତାଙ୍କର ।
ତେବେ ସୋମବାର ଏଭଳି ଜଣେ ମଦ୍ୟପ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ଶାସ୍ତ୍ରୀ ନଗରରେ ଏକ ମର୍ସିଡିଜ କାର ଦୁର୍ଘଟଣା ଘଟି ଜଣେ ବାଇକ ଚାଳକ ଦେବୀ ରଞ୍ଜନଙ୍କ ଜୀବନ ଯାଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କମିଶନରେଟ ପୁଲିସ ଏହି କିଲର ଡ୍ରାଇଭର ସୌମ୍ୟ ରଞ୍ଜନ ରଥଙ୍କୁ ଗିରଫ କରିଛି ।
ସେ ମଦ ପିଇ ଦ୍ରୁତ ଗତିରେ ଡ୍ରାଇଭ କରୁଥିଲେ ବୋଲି ଜୋନ-୧ ଏସପି ରମେଶ ବିଷୋୟୀ କହିଛନ୍ତି ।
ସୌମ୍ୟଙ୍କୁ ଖାରବେଳନଗର ପୁଲିିସ କଲପବୁଲ ହୋମିସାଇଡ ଦଫାରେ ଗିରଫ କରିଛିି । ଗିରଫ ସୌମ୍ୟରଞ୍ଜନ ଏକ ଘରୋଇ ଅନୁଷ୍ଠାନର ଆଇନଛାତ୍ର ।
ତାଙ୍କୁ ଅତିକମରେ ୫ ବର୍ଷ ଆଜୀବନ ସଜା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ ।