ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଯାଇଛି ।
ଇରାନ ପୁଣି ଥରେ ହର୍ମୁଜ ଷ୍ଟ୍ରେଟକୁ ଅକ୍ତିଆର କରି ପଣ୍ୟଜାହାଜ ଚଳାଚଳ ଉପରେ ରୋକ୍ ଲଗାଇଛି ।
ଏଥିସହ ଅନେକ ଦେଶର ପଣ୍ୟବାହୀ ଜାହାଜକୁ ମଧ୍ୟ ଇରାନ ନୌସେନା ଟାର୍ଗେଟ କରୁଛନ୍ତି । ଏଣୁ ହର୍ମୁଜ ଷ୍ଟ୍ରେଟ୍ ଦେଇ ବର୍ତମାନ ପଣ୍ୟବାହୀ ଜାହାଜ ଚଳାଜଳ ବନ୍ଦ ହୋଇଛି ।
ଫଳରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରୁ ଆମଦାନୀ ହେଉଥିବା ଅଶୋଧିତ ତୈଳର ଦର ବୃଦ୍ଧି ପାଇଛି ।
ଏବେ ଏହା ବଢ଼ି ବ୍ୟାରେଲ ପିଛା ୭୮ ଡଲାରକୁ ଛୁଇଁଛି । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବ ।
କାରଣ ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରେ ।
ତେବେ ସଦ୍ୟ ଯୁଦ୍ଧ ଯୋଗୁଁ ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବା ପରେ ପୁଣି ଥରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି ।
ଏଥିଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବ ।
ଫଳତଃ ମାଲ ପରିବହନ ଖର୍ଚ୍ଚ ମଧ୍ୟ ମହଙ୍ଗା ହେବ ।
ଏଥିଯୋଗୁଁ ପନିପରିବା, ଫଳ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ଆକାଶଛୁଅାଁ ହୋଇପାରେ ବୋଲି ଅର୍ଥନୀତିଜ୍ଞ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।
ପୁନଶ୍ଚ ଭାରତୀୟ ବଜାରରୁ ବିଦେଶୀ ନିବେଶକମାନେ ମଧ୍ୟ ଟଙ୍କା ପ୍ରତ୍ୟାହାର କରିପାରନ୍ତି । ସେମାନେ ଏହି ଟଙ୍କାକୁ ଡଲାର ବା ସୁନା ଲଗାଇବା ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।