ଦାରା ସିଂ ମୁକ୍ତି ପାଇଁ ନିର୍ଦେଶ
ଅଗଷ୍ଟ ୧୫ରେ ମିଳିପାରେ ମୁକ୍ତି
ନିରୀହ ଓ ସରଳ ଆଦିବାସୀମାନଙ୍କୁ ଖ୍ରୀଷ୍ଟୀୟ ଧର୍ମାନ୍ତରୀକରଣ କରାଉଥିବା ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କଏଦୀ ଜୀବନ କାଟୁଥିବା ଦାରା ସିଂଙ୍କୁ ମୁକ୍ତି କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
ଏହି ଘଟଣାଟି ୧୯୯୯ ମସିହାରେ ଘଟିଥିବାବେଳେ ଗିରଫ ହୋଇ ଦୀର୍ଘ ୨୬ ବର୍ଷ ହେବ ଜେଲ୍ରେ ସଜା କାଟୁଛନ୍ତି ଦାରାସିଂ ।
ତେବେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦାରା ସିଂଙ୍କୁ ମୁକ୍ତି କରିବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିବା ଦାରା ସିଂଙ୍କ ଓକିଲ ଏପି ସିଂ ସୂଚନା ଦେଇଛନ୍ତି । ସ
ର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ମନୋଜ ମିଶ୍ରା ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ବେଂଚ ମାମଲାର ଶୁଣାଣି କରି ଗ୍ରାହାମ ଷ୍ଟେନ୍ସ ପୋଡ଼ି ହତ୍ୟା ମାମଲାରେ ଓଡ଼ିଶା ସରକାର ଦେଇଥିବା ରିପୋର୍ଟ ଆଧାରରେ ଗତ ଜୁଲାଇ ୬ ତାରିଖରେ ରିଭୁ୍ୟ ବୋର୍ଡ ମିଟିଂ କରିସାରିଛନ୍ତି ।
ଏହି ମିଟିଂରେ ଗ୍ରାହମ ଷ୍ଟେନ୍ସ ପୋଡ଼ି ମାମଲାରେ ଦୀର୍ଘ ୨୬ ବର୍ଷ ଜେଲରେ ସଜା କାଟିଥିବା ଦାରା ସିଂଙ୍କୁ ମୁକ୍ତି କରିବାକୁ ସ୍ଥିର କରାଯାଇଛି ।
ଆସନ୍ତା ଅଗଷ୍ଟ ୧୫ ତାରିଖରେ ସେ ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲ ଏ.ପି.ସିଂହ ସୂଚନା ଦେଇଛନ୍ତି ।