ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ
କେଏଲ ରାହୁଲଙ୍କ ଶତକ, ସୁଦର୍ଶନ ୮୧
ପଞ୍ଜାବର ମୂଲନପୁରସ୍ଥିତ ନୁ୍ୟ ଚଣ୍ଡିଗଡ଼ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯାଇଛି ।
ଅଧିନାୟକ ଶୁଭମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।
ତାଙ୍କର ଏହି ନିଷ୍ପତିକୁ ସଠିକ ବୋଲି ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟାଟର ।
ପ୍ରଥମ ଦିନରେ ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି ।
ଅପରାହ୍ଣର ୩ୟ ସେସନ ସୁଦ୍ଧା ଭାରତୀୟ ଦଳ ମାତ୍ର ୨ ୱିକେଟ ହରାଇ ୨୪୫ ରନ କରିପାରିଛି । ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜୟସ୍ୱାଲ ଓ ଅଭିଜ୍ଞ କେ.ଏଲ.ରାହୁଲ ।
ଯୟସ୍ୱାଲ ମାତ୍ର ୨୪ ରନ କରି ମହମ୍ମଦ ସଲିମଙ୍କ ବୋଲିଂରେ ୱିକେଟ ରକ୍ଷକ ଅଫସର ଜଜାଇଙ୍କୁ କ୍ୟାଚ ଦେଇ ପ୍ୟାଭିଲୟିନ ଫେରିଯାଇଥିଲେ ।
ତେବେ ଗୋଟିଏ ପଟେ କେ.ଏଲ.ରାହୁଲ ଧୈର୍ଯ୍ୟର ସହିତ ଆଫଗାନୀ ବୋଲରଙ୍କୁ ସାମ୍ନା କରୁଥିଲେ । ତାଙ୍କୁ ଆରପଟୁ ନିକଟ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ ମଧ୍ୟ ସହଯୋଗ କରିଥିଲେ ।
ସାଇ ସୁଦର୍ଶନ ୧୦୪ଟି ବଲ ଖେଳି ୧୩ଟି ଚୌକା ସହାୟତାରେ ୮୧ ରନ କରି ମହମ୍ମଦ ସଲିମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କେ.ଏଲ.ରାହୁଲ ୧୦୦ ରନ କରିଥିବାବେଳେ ତାଙ୍କୁ ସହଯୋଗ ଦେଇଆସୁଥିଲେ ଅଧିନାୟକ ଶୁଭମନ ଗିଲ ।
ଗିଲ୍ ୩୯ ରନ କରି ଅପରାଜିତ ଥିଲେ ।
ଏହି ଟେଷ୍ଟରେ ଅଲରାଉଣ୍ଡର ମାନବ ସୁଥାର ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ।