୪୧ ଦେଶରୁ ଭାରତ ଏନର୍ଜି ଆମଦାନୀ କରୁଛି : ମୋଦୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ଆଜିକୁ ୨୪ଦିନରେ ଉପନୀତ ହୋଇଛି ।
ସୋମବାର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି ।
ଗତ କିଛି ସପ୍ତାହ ଧରି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ପରିସ୍ଥିତିର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ଏହି ସଂଘର୍ଷ ତିନି ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଛି । ଯାହାକି ବିଶ୍ୱ ଅର୍ଥନୀତି ଏବଂ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଉଛି ।
ସେଥିପାଇଁ ବିଶ୍ୱ ସମସ୍ତ ପକ୍ଷଙ୍କୁ ଏହି ସଂଘର୍ଷର ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତ ିଯେ ଯୁଦ୍ଧ ଆରମ୍ଭ ହେବା ପରଠୁ ପ୍ରଭାବିତ ଦେଶଗୁଡ଼ିକରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।
ସେ କହିଛନ୍ତି ଯେ ଅଧିକାଂଶ ପଶ୍ଚିମ ଏସୀୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଫୋନ୍ ମାଧ୍ୟମରେ ଦୁଇଥର କଥା ହୋଇଛନ୍ତି । ସେମାନେ ସମସ୍ତେ ଭାରତୀୟଙ୍କ ସୁରକ୍ଷାକୁ ଆଶ୍ୱାସନା ଦେଇଛନ୍ତି । ଏହି ସଂଘର୍ଷ ସମୟରେ କିଛି ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟମାନେ ଆହତ ହୋଇଛନ୍ତି ।
ଅନେକେ ଭାରତୀୟ ନାବିକ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଛନ୍ତି । ତେଣୁ ପରିସ୍ଥିତି ଯେପରି ଶୀଘ୍ର ସ୍ୱାଭାବିକ ହୋଇପାରେ ସେଥିପ୍ରତି ଗୁରୁତ୍ୱ ଦେବାର ବେଳ ଆସିଛି ।
ତାଙ୍କର ବକ୍ତବ୍ୟ ଥିଲା ଯେ ଭାରତ ସଂପ୍ରତି ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି । ଏହି କ୍ଷେତ୍ରରେ ଯୁଦ୍ଧ ଯେପରି ପ୍ରତିବନ୍ଧକ ସୃଷ୍ଟି ନ କରେ ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ ।
ସେ ଆହୁରି କହିଛନ୍ତିଯେ ୩,୭୫୦୦୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଅବସ୍ଥାରେ ଫେରାଇ ଅଣାଯାଇଛି ।