ନିଶାସକ୍ତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ !
କଟକ ମଙ୍ଗଳାବାଗ ଥାନାରେ ଘଟିଛି ଏକ ଅଘଟଣ । ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡକୁ ନେଇ ଅଂଚଳରେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।
ଜଣାପଡ଼ିଛି ଯେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନିଶାସକ୍ତ ଅବସ୍ଥାରେ ଥାନା ଛାତ ଉପରକୁ ଚଢ଼ି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଓ ପୁଲିସ ହଟହଟାର ସମ୍ମୁଖୀନ ହୋଇପଡ଼ିଥିଲେ ।
ଅଗ୍ନିଶମ ବାହିନୀ ଖବର ପାଇ ସେଠାରେ ପହଂଚି କୌଣସି ପ୍ରକାରରେ ଉଦ୍ଧାର କରିବା ପରେ ଏସସିବି ମେଡ଼ିକାଲରେ ଭର୍ତି କରିଛି । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଯୁବକଜଣକ ଜଣେ ଆମ୍ବୁଲାନ୍ସ ଚାଳକ ଏବଂ ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ ।
ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ତାଙ୍କର ଜଣେ ସହକର୍ମୀ ସୂଚନା ଦେଇଛନ୍ତି । ତେବେ ଯୁବକଜଣକ ନିଶାସକ୍ତ ଅବସ୍ଥାରେ ଦିନଦ୍ୱିପ୍ରହରରେ କିପରି ଜନଗହଳିପୂର୍ଣ୍ଣ ଥାନାର ଦୁଇ ମହଲା ଛାତରେ ଚଢ଼ିଗଲା ଏବଂ କେହି କିପରି ଜାଣିପାରିଲେ ନାହିଁ ତାହା ନେଇ ଚର୍ଚା ହେଉଛି ।
ଯୁବକଜଣକ ସୁ୍ସ୍ଥ ହେବା ପରେ ପୁଲିସ ପକ୍ଷରୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।