କେରଳ : ୯୫ ଆସନରେ ଲଢ଼ିବ କଂଗ୍ରେସ
କେରଳରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ବହୁ ବିଚାର ବିମର୍ଶ ପରେ ୟୁନାଇଡେଡ୍ ଡେମୋକ୍ରାଟିକ୍ ଫ୍ରଟ (ୟୁଡିଏଫ୍) ମେଂଟ ଆସନ ବଂଟନ ନେଇ ଆଶ୍ୱସ୍ତ ହୋଇଛି ।
ଏଥର ମେଂଟରେ ସନ୍ତୁଳନ ଓ ରଣନୀତିରେ ଖାସ ଧ୍ୟାନ ଦିଆଯାଇଛି । ତଦନୁସାରେ କଂଗ୍ରେସ ୯୫ ଆସନରେ ନିର୍ବାଚନ ଲଢ଼ିବ, ଯାହାକି ଗତ ନିର୍ବାଚନଠୁ ୨ ଅଧିକ । ୟୁଡିଏଫ୍ରେ ସବୁଠାରୁ ବଡ଼ ଦଳ ରୂପେ କଂଗ୍ରେସକୁ ୯୫ ଆସନ ମିଳିଛି ।
ୟୁନିୟନ ମୁସଲିମ ଲଗିକୁ ୨୭ ସିଟ୍ ଦିଆଯାଇଛି, ଯାହା ଗତ ନିର୍ବାଚନ ସହ ସମାନ ।କେରଳ କଂଗ୍ରେସକୁ ୮ ଆସନ ମିଳିଛି । ଗତ ବର୍ଷ ଦଳ ୧୦ ଆସନରେ ଲଢ଼ିଥିଲା । କିଛି ଆସନରେ ଅଦଳ ବଦଳ ମଧ୍ୟ ଦେଖିବାକୁ ମିଳିଛି ।
ମେଂଟରେ ସନ୍ତୁଳନ ରକ୍ଷା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିବା ନଜର ଆସିଛି । ଏଥର ଆସନ ବଂଟନ ପ୍ରକ୍ରିୟା ବହୁତ ସରଳ ରହିଛି ବୋଲି ବିରୋଧୀ ଦଳ ନେତା ସତୀଶନ କହିଛନ୍ତି । ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିକୁ ୫ ଆସନ ମିଳିଛି ।
ଅନ୍ୟ ଦଳ ଯଥା କେରଳ କଂଗ୍ରେସ (ଜ୍ୟାକବ), କମ୍ୟୁନିଷ୍ଟ ମାର୍କ୍ସିଷ୍ଟ ପାର୍ଟି, ରିଭୋଲ୍ୟୁସନାରୀ ମାର୍କ୍ସିଷ୍ଟ ପାର୍ଟି ଓ କିଛି ଆଂଚଳିତ ନେତାଙ୍କୁ ଗୋଟିଏ ଗୋଟିଏ ଆସନ ମିଳିଛି ।
କ୍ଷମତାରେ ଥିବା ଲେଫ୍ଟ ଡୋମୋକ୍ରାଟିକ୍ ଫ୍ରନ୍ଟ ପୂର୍ବରୁ ୧୩୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯେଉଁଥିରେ ସିପିଆଇଏମ୍ର ଦୃଢ଼ତା ରହିଛି । ସେହିପରି ବିଜେପି ମଧ୍ୟ ୭୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।