‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା
ଚଳଚ୍ଚିତ୍ର ନିର୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମସିହା ମେ ୧୫ ତାରିଖରେ ମୁକ୍ତିଲାଭ କରିଛି ।
ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି ।
୧୯୭୪ ମସିହାରେ ପ୍ରଥମ ଚଳଚ୍ଚିତ୍ର ଭାବେ ‘ସଂସାର’କୁ କରମୁକ୍ତ ପାଇଁ ତକ୍ରାଳୀନ ସରକାର ଘୋଷଣା କରିଥିଲେ । ପରେ ୨୦୨୨ ମସିହାରେ ‘ଦମନ’ ଓ ୨୦୨୩ରେ ‘ଡେଲିଭରି ବୟ’ ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଥିଲା ।