ଆଇପିଏଲରେ ମୋବାଇଲ ବିବାଦ
ଡଗ ଆଉଟ ଏରିଆରେ ମୋବାଇଲ ବ୍ୟବହାର
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ସ୍ୱଚ୍ଛ କରିବା ପାଇଁ ବିସିିସିଆଇ ପକ୍ଷରୁ ମ୍ୟାଚ ସମୟରେ କୌଣସି ଫ୍ରାନାଚାଇଜ, ଖେଳାଳି, କୋଚ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି କଟକଣା ଲାଗୁ କରିଛି । ଏହାକୁ ଡଗ ଆଉଟ କଟକଣା କୁହାଯାଉଛି ।
ତେବେ ଡଗ ଆଉଟ କଟକଣା ସତ୍ୱେ ରାଜସ୍ଥାନ ରୟାଲ୍ସର ଟିମ ମ୍ୟାନେଜର ରୋମି ଭିନ୍ଦର ମ୍ୟାଚବେଳେ ମୋବାଇଲ ବ୍ୟବହାର କରୁଥିବା ଦେଖାଯାଇଛି ।
ଏହାକୁ ନେଇ ବିସିସିଆଇ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି ।
ସୂଚନାଥାଉ କି, ଆଇପିଏଲରେ ଫିକ୍ସିଂ ବା ବେଟିଂକୁ ଏଡ଼ାଇବା ପାଇଁ ବିସିସିଆଇ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବି
ଶେଷ କରି ଡ୍ରେସିଂ ରୁମ ସାଇଡ୍ରେ ଯେଉଁଠି ଖେଳାଳିମାନେ ବସନ୍ତି ତାହାକୁ ଡଗ ଆଉଟ କୁହାଯାଏ ।
ଏହି ଏରିଆରେ ରୋମି ଭିନ୍ଦର ମୋବାଇଲ ବ୍ୟବହାର କରୁଥିବାବେଳେ ଆରଆରର ଷ୍ଟାର ଖେଳାଳି ବୈଭବ ସୂର୍ଯ୍ୟବଂଶୀ ତାଙ୍କ ପାଶ୍ୱର୍ରେ ବସିଥିବା ଦେଖାଯାଇଛି ।