ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭିନ୍ନ ମୋଡ଼
ଗଲ୍ଫ ଅଫ୍ ଓମାନ ଏବଂ ଆରବ ସାଗରରେ ଆମେରିକାର ଅବରୋଧ
ଗତ ରବିବାର ଇସଲାମବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହନୱାଜ ଶରିଫଙ୍କ ମଧ୍ୟସ୍ଥତାରେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତା ବିଫଳ ହେବା ପରେ ଏବେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ହେବା ଏକରକମ ନିଶ୍ଚିତ ହୋଇସାରିଛି । ଇତିମଧ୍ୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧରେ ଭିନ୍ନ ମୋଡ଼ ଆସିଛି ।
ହର୍ମୁଜ ପ୍ରଣାଳୀର ପୂର୍ବ ଭାଗରେ ଥିବା ଜଳରାଶିକୁ ଅବରୋଧ କରିବାକୁ ସ୍ଥିର କରିଛି ଆମେରିକା । ଏଥିସହିତ ଗଲ୍ଫ ଅଫ ଓମାନ ଏବଂ ଆରବ ସାଗରରେ ଅବରୋଧ ଘୋଷଣା କରିଛି । ଇରାନର କୌଣସି ଜାହାଜକୁ ବିନା ଅନୁମତିରେ ଏହି ଅବରୋଧିତ ଅଂଚଳରେ ପ୍ରବେଶ ନ କରିବା ପାଇଁ ଆମେରିକା ଚେତାବନୀ ଦେଇଛି ।
ଯଦି ଏହି କଟକଣାକୁ ନ ମାନି କୌଣସି ଜାହାଜ ଏହି ଅବରୋଧିତ ଅଂଚଳରେ ପ୍ରବେଶ କରେ ତା’ହେଲେ ଆମେରିକା ସେନା ସେହି ଜାହାଜକୁ ଜବତ କରିବ ବା ତା’ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମେରିକା ସ୍ପଷ୍ଟ କରିଛି ।
ତେବେ ହର୍ମୁଜ ଦେଇ ଇରାନ ବ୍ୟତୀତ ଅନ୍ୟ ଦେଶର ଜାହାଜ ଯାଇପାରିବେ ବୋଲି ଆମେରିକା କହିଛି ।