ଗଙ୍ଗାରେ ମୋଦୀଙ୍କ ନୌକା ବିହାର
ଗଙ୍ଗାର ଶାଖା ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ଆସି ନୌକା ବିହାର କରି ଆନନ୍ଦ ନେଇଥିବା ଦେଖାଯାଇଛି ।
ନୌକା ବିହାର ସମୟରେ ଏକ କ୍ୟାମେରାଦ୍ୱାରା ବିିଭିନ୍ନ ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିବା ଦେଖାଯାଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ସେହି ଫଟୋଗୁଡ଼ିକ ସେୟାର କରି ‘ହୁଗୁଳିର ଆଉ କିଛି ଝଲକ’ ବୋଲି ଲେଖିଛନ୍ତି ।
ସେ ଲେଖିଛନ୍ତି ଯେ ଏହି ହୁଗୁଳି ନଦୀରେ ମୁଁ ଫଟ୍ରୋପ୍ରାଫି କରିବାର ଅନୁଭବ ମଧ୍ୟ ନେଇଛି । ତେଣୁ ଜାଣିପାରୁଛି ଯେ ପ୍ରତ୍ୟେକ ବଙ୍ଗଭାଷୀଙ୍କ ହୃଦୟରେ ଗଙ୍ଗା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ଗଙ୍ଗା ହେଉଛି ପଶ୍ଚିମବଙ୍ଗର ଆତ୍ମା, ଏହାର ପବିତ୍ର ଜଳ ନିଜ ସହ ଏକ ସଭ୍ୟତା ନେଇ ବହି ଚାଲିଛି ।
ପରେ ସେ ନାଉରିଆଙ୍କ ସହିତ ସାକ୍ଷାତ କରିଥିଲେ । ସୂଚନାଯୋଗ୍ୟ ଯେ ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଗୁଳି ନଦୀରେ ନୌକା ଯାତ୍ରା କରିବା ସହ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।