ଝିଅ ଜନ୍ମ ହେଲେ ଖାତାକୁ ଆସିବ ଟଙ୍କା
ବିିଭିନ୍ନ ରାଜ୍ୟରେ ଝିଅଙ୍କ ବାହାଘର, ପାଠପଢ଼ା ଇତ୍ୟାଦି ଭବିଷ୍ୟତ ଗଢ଼ିବା ପାଇଁ ବିଭିନ୍ନ ଯୋଜନା ଚାଲୁ ହୋଇଥିବାବେଳେ ଏବେ ଖୋଦ୍ ଓଡ଼ିଶାରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।
ଜଣାପଡ଼ିଛି ଯେ ଝିଅ ଜନ୍ମ ହେଲେ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଆସିବ । ରାଜ୍ୟ ସରକାର ଏଭଳି ଏକ ଘୋଷଣା ଗୁରୁବାର କରିଛନ୍ତି ।
ଜଣାପଡ଼ିଛି ଯେ ଜନ୍ମ ହେବାର ବର୍ଷକ ମଧ୍ୟରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ନେଇ ଏସଓପି ଆସିବ । ଓଡ଼ିଶାର ଝିଅମାନଙ୍କ ପାଇଁ ରାଜ୍ୟ ସରକାର ଏଭଳି ଏକ ଐତିହାସିକ ନିଷ୍ପତି ନେଇଛନ୍ତି ।
୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଓ ସେମାନଙ୍କର ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଝିଅ ଜନ୍ମ ହେବାର ବର୍ଷକ ଭିତରେ ତାର ଖାତାକୁ ସରକାର ଟଙ୍କା ପଠାଇବେ । ୨୧ବର୍ଷ ହେବା ବେଳକୁ ଆକାଉଂଟକୁ ସରକାର ଲକ୍ଷାଧିକ ଟଙ୍କା ପଠାଇ ସାରିବେ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଝିଅମାନଙ୍କ ପାଠପଢ଼ାକୁ ପ୍ରୋତ୍ସାହନ ସେବା ସହିତ ସେମାନଙ୍କୁ ଆର୍ଥିକ ସଶକ୍ତ କରିବ ବୋଲି ମତ ପ୍ରକାଶ ପାଇଛି ।
ଏସଓପି ଆସିବାର ଚୂଡାନ୍ତ ପରେ ରୂପରେଖ ସାମ୍ନାକୁ ଆସିବ । ବଜେଟରେ ଘୋଷଣା ହୋଇଥିବା ୩ଟି ଯୋଜନା ପାଇଁ ଏସଓପି ଆସିବା ନେଇ ସରକାର ଯୋଜନା କରୁଛନ୍ତି ।
ଏହି ଯୋଜନା ଓଡ଼ିଶା ସରକାରଙ୍କ ପ୍ଲାଗସିପ ସୁଭଦ୍ରା ଯୋଜନା ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।