ବଂଚିଥାଉ ଥାଉ କଟିଗଲେ ୯ ଲକ୍ଷରୁ ଅଧିକ ଭୋଟର !
ଭୋଟର ରୋଲ ମ୍ୟାପିଂବେଳେ ବ୍ୟାପକ ତ୍ରୁଟି !
୨୦୨୭ ଜନଗଣନା ପାଇଁ ଆରମ୍ଭ ହୋଇଥିବା ଏସଆଇଆର ପ୍ରକ୍ରିୟାର ଆରମ୍ଭର ୩ ମାସ ମଧ୍ୟରେ ଭୁଲ ମ୍ୟାପିଂ ଯୋଗୁଁ ଇତିମଧ୍ୟରେ ବଂଚିଥାଉ ଥାଉ କଟିଗଲେଣି ୯ ଲକ୍ଷ ୮୦ ହଜାର ମତଦାତା । ଏହି ମ୍ୟାପିଂ ପ୍ରକ୍ରିୟାରେ ଅନେକ ତ୍ର୍ରୁଟି ଥିବା ନେଇ ଅଭିଯୋଗ ହୋଇଛି ।
ଭୋଟର ଥାଇ ବି ତାଲିକାରୁ ନାଁ କଟିଯାଇଛି । ଏଭଳି ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି ।
ଭୋଟର ରୋଲ ମ୍ୟାପିଂବେଳେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି । ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପର ଠାରୁ ପ୍ରାୟ ୯.୮ଲକ୍ଷ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ଇଆରଓ କହିଛନ୍ତି ।
ବିଶେଷ କରି ଏସଆଇଆର କାମରେ ନିୟୋଜିତ ବିଏଲଓମାନେ ତୃଣମୂଳସ୍ତରରେ ଯାଂଚ କରିନଥିବା ଅଭିଯୋଗ ଆସିଛି ।
ଏହି କାରଣରୁ ଏପ୍ରିଲ ୨ ତାରିଖ ପରେ କଟିଥିବା ପ୍ରାୟ ୨ ଲକ୍ଷ ଫର୍ମ-୭ ଆବେଦନ ଅସ୍ଥାୟୀ ଭାବେ ସ୍ଥଗିତ ରହିଛି ।
ଏହି ଭୋଟରଙ୍କ ନାମ ପୂର୍ଣ୍ଣ ଯାଂଚ ପରେ ହିଁ କାଟିବାକୁ ସମସ୍ତ ଇଆରଓମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି ।