ଜନଗଣନା କାମରେ ଯାଇ ନିଖୋଜ
ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପୁରୀ ଜିଲ୍ଲାର କଣାସ ଗ୍ରାମର ଜ୍ୟୋତ୍ସାରାଣୀ ଏବେ କେଉଁଠି ତାହାକୁ ନେଇ ଜିଲ୍ଲା ତଥା ରାଜ୍ୟ ତମାମ ଚର୍ଚ୍ଚା ଚାଲିଛି । ସେ ୮ ବର୍ଷ ହେବ ବାରିପଦାରେ ରହି ଏକ ସ୍କୁଲରେ କାମ କରିଆସୁଥିଲେ । ନିକଟରେ ୨୦୨୭ ପାଇଁ ସରକାର ପକ୍ଷରୁ ଆରମ୍ଭ କରାଯାଇଥିବା ଜନଗଣନା ଅଭିଯାନରେ ଗତ ଶନିବାର ସକାଳ ୬ଟାବେଳ ଠାରୁ ବାରିପଦାସ୍ଥିତ ଭଡ଼ାଘରୁ ବାହାରି ସ୍କୁଲକୁ ଯାଇଥିଲେ । ସେଠାରୁ ସେ ଢିଙ୍କିଗାଞ୍ଜିଆ ଗ୍ରାମକୁ ଜନଗଣନା କାର୍ଯ୍ୟ କରିବାକୁ ଯାଇଥିଲେ । ପରେ ସେ କିଛି ଔଷଧ ଆଣିବା ନିମନ୍ତେ ବାରିପଦାକୁ ଯିବାକୁ ଚାହିଁ ଜନଗଣନା ଟିମ ଲିଡରଙ୍କୁ ଏଥିପାଇଁ କହି ବସ ଯୋଗେ ବାରିପଦା ଆସିଥିଲେ । ସେ ଏ ପର୍ଯ୍ୟନ୍ତ ନିଖୋଜ ଥିବାବେଳେ ତାଙ୍କର ମୋବାଇଲ ମଧ୍ୟ ସୁଇଚ୍ ଅଫ୍ ରହିଛି । ଯାହାକି ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେ ବାରିପଦାର ଯେଉଁ ଘରେ ଭଡ଼ା ରହୁଥିଲେ ତା’ର ଘର ମାଲିକ ଏନେଇ ବାରିପଦା ସଦର ଥାନାରେ ଏତଲା ଦେଇଥଲେ । ତେବେ ଜ୍ୟୋତ୍ସ୍ନାରାଣୀ ଏକ ଅଟୋଗାଡ଼ିରେ ବସି କୁଆଡ଼େ ଯାଇଥିବା ଗାଁ ଲୋକେ କହିଛନ୍ତି । ଅନ୍ୟପଟେ ୭୨ ଘଂଟାରୁ ଅଧିକ ସମୟ ବିତିଗଲାଣି ଶିକ୍ଷୟିତ୍ରୀ ଜ୍ୟୋତ୍ସାରାଣୀଙ୍କ କୌଣସି ପତା ମିଳିପାରିନଥିବାବେଳେ ପୁଲିସ ତା’ର ଅନୁସନ୍ଧାନ କାର୍ଯ୍ୟ ଜାରି ରଖିଛି ।