ପେଟିଏମ ପେମେଂଟ ବ୍ୟାଙ୍କର ଲାଇସେନ୍ସ ବାତିଲ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମ ପେମେଂଟ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି ।
ବ୍ୟାଙ୍କର ବ୍ୟବସାୟ କରିବା ପଦ୍ଧତି ଜମାକାରୀଙ୍କ ସ୍ୱାର୍ଥ ପ୍ରତି ହାନିକାରକ ବୋଲି ରିଜର୍ଭ ବ୍ୟାଙ୍କ କହିବା ସହ ପେମେଂଟ ବ୍ୟାଙ୍କ ଲାଇସେନ୍ସ ନିୟମକୁ ଏହା ପାଳନ କରିବାରେ ବିଫଳ ହୋଇଥିବା କହିଛି ।
ଏହା ପେମେଂଟ ବ୍ୟାଙ୍କ ଭାବେ କାର୍ଯ୍ୟ ଜାରି ରଖିଲେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଶେଷ କରି ଲାଭ ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି ।
ଏହା ପୂର୍ବରୁ ୨୦୨୨ରେ ପେଟିଏମ ପେମେଂଟ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନୂଆ ଗ୍ରାହକ ଯୋଡ଼ିବା ଉପରେ କଟକଣା ଲଗାଇଥିଲା ।
ପରବର୍ତୀ ସମୟରେ କମ୍ପାନୀର ଜମା ସଂଗ୍ରହ, ଋଣ ପ୍ରଦାନ ଓ ଟପ ଅପ ଉପରେ କଟକଣା ଲାଗିଥିଲା ।