ପଦ୍ମ ଧରିଲେ ରାଘବ ସହ ୭ ଆପ ସାଂସଦ
ଦେଶର ରାଜନୈତିକ ପରିଦୃଶ୍ୟରେ ଶୁକ୍ରବାର ଏକ ଐତିହାସିକ ପରିବର୍ତନ ଦେଖିବାକୁ ମିଳିଛି ।
ଆମ ଆଦମୀ ପାର୍ଟି (ଆପ)ର ବରିଷଠ ନେତା ରାଘବ ଚଢ଼ା, ଅଶୋକ ମିତଲ ଓ ସନ୍ଦୀପ ପାଠକଙ୍କ ସମେତ ୭ଜଣ ରାଜ୍ୟସଭା ସାଂସଦ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି ।
ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ମୁଖ୍ୟ ନୀତିନ ନବୀନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।
ଏହି ସାଂସଦମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଦନା ସମାରୋହରେ ନିତୀନ ନବୀନ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏହା ଏକ ଦଳ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ରାଜନୈତିକ ମହଲରେ ଏହି ଘଟଣାକୁ ‘ସାମ୍ବିଧାନିକ ମିଶ୍ରଣ’ର ଆଖ୍ୟା ଦିଆଯାଉଛି ।
ଆଜି ସାତଜଣ ସାଂସଦ ବିଜେପିକୁ ଚାଲିଯିବାଦ୍ୱାରା ଉପର ସଦନରେ ମାତ୍ର ୩ଜଣ ସାଂସଦ ବାକି ରହିଛନ୍ତି । ଫଳରେ ଆମ ଆଦମୀ ପାର୍ଟି ସ୍ଥିତି ଦୁର୍ବଳ ହୋଇପଡ଼ିଛି ।