ଆରଏସଏସକୁ ‘ରାଷ୍ଟ୍ରୀୟ ସରଣ୍ଡର ସଂଘ’ କହିଲେ ରାହୁଲ
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ଆରଏସଏସକୁ ‘ରାଷ୍ଟ୍ରୀୟ ସରଣ୍ଡର ସଂଘ’ ବୋଲି ଆକ୍ଷେପ କରିବା ସହ ସଂଘକୁ ‘ଫର୍ଜି’ ବୋଲି କହିଛନ୍ତି ।
ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ସେୟାର କରି ରାହୁଳ ଗାନ୍ଧୀ ଲେଖିଛନ୍ତି ଯେ ରାଷ୍ଟ୍ରୀୟ ସରଣ୍ଡର ସଂଘ । ନାଗପୁରରେ ଫର୍ଜି ରାଷ୍ଟ୍ରବାଦ ।
ଆମେରିକାରେ ଶୁଦ୍ଧ ସେବା । ରାମ ମାଧବ କେବଳ ସଂଘର ପ୍ରକୃତ ସ୍ୱଭାବ ପ୍ରକାଶ କରିଛନ୍ତି ।
ରାହୁଲଙ୍କ ଏହି ମନ୍ତବ୍ୟ ୱାଶିଂଟନ ଡିସିରେ ‘ଆମେରିକା-ଭାରତ ସମ୍ପର୍କ ପାଇଁ ନୂତନ ପଥ‘ ଉପରେ ହଡ଼ସନ ଇନଷ୍ଟିଚ୍ୟୁଟର ନୂତନ ଭାରତ ସମ୍ମିଳନୀରେ ଆମ୍ବ କର୍ଟ କ୍ୟାମ୍ପବେଲ ଏବଂ ଏଲିଜାବେଥ ଥ୍ରେଲକେଲ୍ଡଙ୍କ ସହିତ ଏକ ପ୍ୟାନେଲ ଆଲୋଚନାରେ ରାମ ମାଧବ ଅଂଶ ଗ୍ରହଣ କରିବାର ଗୋଟିଏ ଦିନ ପରେ ଆସିଛି ।
ଆଲୋଚନାରେ ରାମ ମାଧବ ଭାରତର ଶକ୍ତି ଏବଂ ବାଣିଜ୍ୟ ନିଷ୍ପତି ଉପରେ ଏକ ପ୍ରଶ୍ନ ଉଠାଇ କହିଥିଲେ ଯେ ବିରୋଧୀଙ୍କ ଏତେ ସମାଲୋଚନା ସତ୍ୱେ ଦେଶ ଇରାନ ଏବଂ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି ।