୮ ଜିଲାରେ ବିଦ୍ୟାଳୟ ଛୁଟି
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି ।
ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୮ଟି ଜିଲାରେ ପ୍ରଶାସନ ପକ୍ଷରୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡ଼ା, ନବରଙ୍ଗପୁର ଜିଲାରେ ଆସନ୍ତା ୨୦ତାରିଖରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲାପାଳ ଛୁଟି ଘୋଷଣା କରିଛନ୍ତି । ଏସମସ୍ତ ଜିଲାରେ ଅଙ୍ଗନୱାଡି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜଗୁଡ଼ିକ ବନ୍ଦ ରଖାଯିବ ।
ତେବେ ପୂର୍ବ ନିର୍ଦ୍ଦାରିତ ପରୀକ୍ଷା ଜାରି ରହିବ ବୋଲି ନିଷ୍ପତି ହୋଇଛି । ସେହିପରି ବୌଦ୍ଦରେ ୫ଦିନ ଯାଏ ସ୍କୁଲ, କଲେଜ ଛୁଟି ରହିବ ।
ଆଜିଠୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲାପାଳ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।