ଜନତାଙ୍କ ଉଦେ୍ଦଶ୍ୟରେ ଷ୍ଟାଲିନଙ୍କ ଚିଠି
ବିିଧାନସଭା ନିର୍ବାଚନ ଫଳାଫଳ ପରେ ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜନସାଧାରଣଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି ।
ସେ ଧର୍ମ ନିରପେକ୍ଷ ପ୍ରଗତିଶୀଳ ମେଂଟର ପ୍ରାର୍ଥୀଙ୍କ ଉପରେ ଭରସା ରଖିଥିବା ତାମିଲନାଡୁର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ତାଙ୍କୁ ମିଳିଥିବା ପ୍ରତ୍ୟେକ ଭୋଟ ଜନସାଧାରଣଙ୍କ ବିଶ୍ୱାସର ଏକ ମୂଲ୍ୟବାନ ପ୍ରତୀକ ।
ସେ କହିଛନ୍ତି ଯେ ଭୋଟ ଗଣତି ଅନୁସାରେ ଡିଏମକେ ମେଂଟକୁ ମୋଟ ୧କୋଟି ୫୪ଲକ୍ଷ ୮୨ହଜାର ୭୮୨ଟି ଭୋଟ ମିଳିଛି । ଏଥିପାଇଁ ସେ ସମସ୍ତ ଭୋଟରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି । ସେ ଦର୍ଶାଇଛନ୍ତି ଯେ ଅଧିକ ଆସନ ଜିତିଥିବା ଦଳଗୁଡ଼ିକ ଡିଏମକେ ମେଂଟ ତୁଳନାରେ ମାତ୍ର ୧୭.୪୩ଲକ୍ଷ ଅଧିକ ଭୋଟ ପାଇଛନ୍ତି ।
ଉଭୟଙ୍କ ମଧ୍ୟରେ ଭୋଟ ପ୍ରତିଶତ ପାର୍ଥକ୍ୟ ମାତ୍ର ୩.୫୨ ପ୍ରତିଶତ । ଷ୍ଟାଲିନ କହିଛନ୍ତି ଯେ ଏହା ସୂଚାଇ ଦେଉଛି ଯେ ଡିଏମକେ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଏବେବି ରହିଛି । ଷ୍ଟାଲିିନ ତାଙ୍କ ଦଳର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ତୁରନ୍ତ ନିଜନିଜ ନିର୍ବାଚନମଣ୍ଡଳୀକୁ ଫେରି ଜନସାଧାରଣଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜନସାଧାରଣ ସର୍ବୋଚ୍ଚ ଏବଂ ପ୍ରତ୍ୟେକ ରାଜନୈତିକ ପଦକ୍ଷେପ ଲୋକଙ୍କ ପାଇଁ ହେବା ଉଚିତ । ଦଳର ଇତିହାସ ବିଷୟରେ ସେ ଉଲ୍ଲେଖ କରି କହିଛନ୍ତି ଯେ ଡିଏକେ ଛଅ ଥର କ୍ଷମତାରେ ରହିଛି ଏବଂ ବିଜୟ ଓ ପରାଜୟ ଉଭୟ ଅନୁଭବ କରିଛି ।
ସେ ସ୍ପଷ୍ଟ କରିଛନ୍ତି ଯେ ପରିସ୍ଥିତି ଯେକୌଣସି ହେଉ ନା କାହିିଁକି, ଦଳର ବିଚାରାଧରା ବଜାୟ ରଖିବା ତାଙ୍କର ପ୍ରାଥମିକତା । ସେ କହିଛନ୍ତି ଯେ ଦଳର ପ୍ରକୃତ ଶକ୍ତି ସେହି କର୍ମୀମାନଙ୍କଠାରେ ରହିଛି, ଯେଉଁମାନେ ବିଜୟ ଓ ପରାଜୟକୁ ସମାନ ଭାବେ ଗ୍ରହଣ କରନ୍ତି ।