ବନ୍ୟାରେ ନିଖୋଜ ଥିଲେ ହୋଟେଲ ମାଲିକ, କୁମ୍ଭୀର ପେଟରୁ ଉଦ୍ଧାର
ଦକ୍ଷିଣ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ବନ୍ୟାରେ ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଏକ କୁମ୍ଭୀର ପେଟରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ଗାବ୍ରିଏଲ ବାଟିଷ୍ଟା ଥିବା ଜଣାପଡ଼ିଛି ।
ନୁ୍ୟୟର୍କ ପୋଷ୍ଟ ଅନୁଯାୟୀ ଗାବ୍ରିଏଲ ବାଟିଷ୍ଟା ପ୍ରବଳ ସ୍ରୋତରେ ଭାସି ଯାଇ କୁମ୍ଭୀର ଥିବା କୋମାଟି ନଦୀରେ ନିଖୋଜ ହୋଇଯାଇଥିଲେ । ଆରମ୍ଭରୁ ଅଧିକାରୀମାନେ ସନେ୍ଦହ କରୁଥିଲେ ଯେ ସେ ହୁଏତ ଏକ ବଡ଼ କୁମ୍ଭୀର ଦ୍ୱାରା ଶିକାର ହୋଇଥାଇପାରନ୍ତି ।
ଉଦ୍ଧାରକାରୀ ଦଳଗୁଡ଼ିକ ଉକ୍ତ ଅଂଚଳରେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । କିଛି ଦିନର ଉଦ୍ୟମ ପରେ ଦଳ ଏକ ବଡ଼ କୁମ୍ଭୀର ନଦୀ କୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ । ଡ୍ରୋନ ଏବଂ ହେଲିକପ୍ଟର ଉପରେ ଉଡୁଥିବା ସତ୍ୱେ କୁମ୍ଭୀର ସେମିତି ସେଠାରେ ଶୋଇ ରହିଥିବା ଘଟଣା ଅଧିକାରୀମାନଙ୍କ ସନେ୍ଦହକୁ ଆହୁରି ବଢ଼ାଇଥିଲା ।
ଅନୁମତି ପାଇବା ପରେ ଅଧିକାୀମାନେ ସନେ୍ଦହ ଦୂର କରିବା ପାଇଁ କୁମ୍ଭୀର ପେଟ ଚିରିବାକୁ ନିଷ୍ପତି ନେଇଥିଲେ । ଜଣେ ପୁଲିସ ଅଧିକାରୀଭ୍କୁ ହେଲିକପ୍ଟରରୁ ସିଧାସଳଖ କୁମ୍ଭୀର ଉପରକୁ ଓହ୍ଲାଇ ଦିଆଯାଇଥିଲା ।
ସେ ଏକ ଦଉଡ଼ି ଏବଂ ହାର୍ନେସ ସାହାଯ୍ୟରେ ପ୍ରାୟ ୧୫ଫୁଟ ଏବଂ ପ୍ରାୟ ୧,୦୦୦ ପାଉଣ୍ଡ ଓଜନର କୁମ୍ଭୀରକୁ ବିମାନରେ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଏହି ଅପରେସନରେ ସାମିଲ ଥିବା କ୍ୟାପଟେନ ଜୋହନ ପୋଟଗିଟର ଏହାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ମୁହୂର୍ତ ବୋଲି ବର୍ଣ୍ଣନା କରିଛନ୍ତି । ଯେତେବେଳେ ଅଧିକାରୀମାନେ କୁମ୍ଭୀରର ବ୍ୟବଚ୍ଛେଦ କରିଥିଲେ, ପେଟ ଭିତରୁ ମଣିଷର ଦୁଇଟି କଟା ହାତ, ପଞ୍ଜରାର କିଛି ଅଂଶ ପାଇଥିଲେ । ଏସବୁ ଅଂଶକୁ ଫୋରେନସିକ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି ।
କୁମ୍ଭୀର ପେଟରୁ ଛଅ ଯୋଡ଼ା ଜୋତା ମଧ୍ୟ ଉଦ୍ଦାର କରାଯାଇଛି । ଯାହାକି ସେଠାକାର ନିଖୋଜ ବ୍ୟକ୍ତିଙ୍କ ସହ ଜଡ଼ିତ ଥିବା ପୁଲିସ ସନେ୍ଦହ କରୁଛି ।
ତେବେ ବ୍ୟକ୍ତିଙ୍କ ମୃତ୍ୟ ପ୍ରଥମେ ପାଣିରେ ବୁଡ଼ିବାଦ୍ୱାରା ହୋଇଛି ନା କୁମ୍ଭୀର ଆକ୍ରମଣରୁ ହୋଇଛି ତାହା ନେଇ ତଦନ୍ତ ଜାରି ରହିଛି ।