ନୂଆ ରୂପ ନେବ ରାଜ୍ୟ ବସଷ୍ଟାଣ୍ଡ
ରାଜ୍ୟର ସହରାଂଚଳରେ ଥିବା ସମସ୍ତ ବସଷ୍ଟାଣଡ ନୂଆ ରୂପ ନେବ । ଯାତ୍ରୀଙ୍କୁ ମୌଳିକ ସୁବିଧା ମଧ୍ୟ ମିଳିବ ।
କାରଣ ସମସ୍ତ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।
ଏଥିପାଇଁ ପୌରାଂଚଳରେ ଥିବା ସମସ୍ତ ବିଷ୍ଟାଣ୍ଗଡକୁ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ । ଏ ନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପରିବହନ ବିଭାଗ ପ୍ରମୁଖ ସଚିବ ପତ୍ର ଲେଖିଛନ୍ତି ।
ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତି ଅନୁଯାୟୀ ସହରାଂଚଳରେ ଥିବା ସମସ୍ତ ବସଷ୍ଟାଣ୍ଡର ମରମତି, ନବୀକରଣ, ରକ୍ଷଣାବେକ୍ଷଣ, ନିର୍ମାଣ, ପରିଚାଳନା ପାଇଁ ସେଗୁଡ଼ିକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରାଯିବ ।
ଏହି ଯୋଜନାରେ ବସଷ୍ଟାଣ୍ଡଗୁଡ଼ିକର ଉପରୋକ୍ତ କାର୍ଯ୍ୟ ପାଇଁ ପରିବହନ ବିଭାଗ ଶୀଘ୍ର ମାର୍ଗଦର୍ଶିକା ଜାରି କରିବେ ।