ମେ ୨ରେ ୧୦ମ ପରୀକ୍ଷା ଫଳ ପ୍ରକାଶ
ଆସନ୍ତା ମେ ୨ତାରିଖ ଶନିବାର ମାଧ୍ୟବିକ ବୋର୍ଡ ପରୀକ୍ଷା (୧୦ମ ଶ୍ରେଣୀ) ୨୦୨୬ ମସିହାର ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ଆଜି ବିଏସଇ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି ।
ଜାରି ବିଜ୍ଞପ୍ତି ଅନୁସାରେ ବାର୍ଷିକ ଉଚ୍ଚ ବିଦ୍ୟାଳୟ ପ୍ରମାଣପତ୍ର (ଏଏଚଏସସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ମେ ମାସ ୨ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ବୋର୍ଡର ନିର୍ଦ୍ଦାରିତ ୱେବସାଇଟରେ ଅନଲାଇନ ଉପଲବ୍ଧ ହେବ ।
ଛାତ୍ରଛାତ୍ରୀମାନେ www.bseodisha.ac.inରେ ନିଜର ନାମ, ପରୀକ୍ଷା ରୋଲ ନମ୍ବର ଆଦି ଦାଖଲ କରି ପରୀକ୍ଷା ଫଳ ଦେଖିପାରିବେ ।
ଅନ୍ୟ ବିକଳ୍ପ ସ୍ୱରୂପ, ମୋବାଇଲରେ ଏସଏମଏସ ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ତଥ୍ୟ ସଂଗ୍ରହ କରିପାରିବେ । ଏଥିପାଇଁ Type OR10<RollNo> ଲେଖି ୫୬୭୬୭୫କୁ ପଠାଇବେ ।
ସନ୍ଧ୍ୟା ୭ଟା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଟେବୁଲେସନ ରେଜିଷ୍ଟାର (ଟିଆର)କୁ ବିଏସଇ ୱେବସାଇଟରୁ ଡାଉନଲୋଡ କରିପାରିବେ । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୨ତାରିଖରେ ଶେଷ ହୋଇଥିଲା ।
ଚଳିତବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ ।