ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ ଏନଆଇଏ
ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଧୀନ ଆଜାଦନଗରରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନଆଇଏ ।
କେଉଁଠାରେ ବିସ୍ଫୋରଣ ପାଇଁ ହୋଇଥିଲା ପ୍ଲାନ ?
ଆଜାଦନଗରରେ କାହା ପାଇଁ ତିଆର ହେଉଥିଲା ବୋମା ?
ଓଡ଼ିଶାକୁ ଅଶାନ୍ତ କରିବାକୁ କୌଣସି ବିଦେଶୀ ଷଡ଼ଯନ୍ତ୍ର ହୋଇନଥିଲା ତ ?
ବିସ୍ଫୋରଣ ପାଇଁ କେଉଁ ସ୍ଥାନକୁ ଟାର୍ଗେଟ କରାଯାଇଥିଲା ?
ମାଫିଆ ମୁଫିକୁ କିଏ ଦେଇଥିଲା ସୁପାରି ? କାହା ପାଇଁ ଦିଆଯାଇଥିଲା ଏହି ସୁପାରି ?
ଏହି ବିସ୍ଫୋରଣର କୌଣସି ଆତଙ୍କୀଲିଙ୍କ ଅଛି କି ନାହିଁ ତା’ର ଏନଆଇଏ ତଦନ୍ତ କରିବ ।