ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ
ପଶ୍ଚିମ ଓଡ଼ିଶା ସତେ ଯେମିତି ତତଲା କଡ଼େଇ ପାଲଟିଛି । ଏଠାରେ ସକାଳୁ ଆକାଶରୁ ଅଗ୍ନିବର୍ଷା ହେଉଛି
। ଦୀର୍ଘ ୫ ଦିନ ହେବ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ତାପମାତ୍ରା ୪୦ ଉପରେ ରହୁଛି ।
ଆଜି ରବିବାର ୨୪ ତାରିଖରେ ସାଢ଼ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୧.୨ ଡିଗ୍ରୀ ହୋଇଥିବାବେଳେ ସମ୍ବଲପୁର ୪୦.୮ ଡିଗ୍ରୀ, ହୀରାକୁଦ ୪୦.୪ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୬.୪ ଡିଗ୍ରୀ ରହିଛି ।
ରବିବାର ମଧ୍ୟ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆଗକୁ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ସେ କହିଛନ୍ତି ।