ପଶ୍ଚିମବଙ୍ଗ : ଅମିତ ଶାହା ପର୍ଯ୍ୟବେକ୍ଷକ ଓ ମୋହନ ମାଝୀ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ
ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି ।
ବିଧାୟକ ଦଳର ନେତା ଚୟନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାପଡ଼ିଛି ।
ଏହି ଦୁଇ ବରିଷ୍ଠ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଓ ସରକାର ଗଠନ ପ୍ରକ୍ରିୟାର ତଦାରଖ କରିବେ ।
ଏହା ସହ ଆସାମ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।