ପଶ୍ଚିମବଙ୍ଗରେ ଗଡ଼ିବ ବୁଲେଟ ଟ୍ରେନ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି (ଶନିବାର) ପଶ୍ଚିମବଙ୍ଗରେ ବୁଲେଟ ଟ୍ରେନ ଗଡ଼ିବ ବୋଲି ଘୋଷଣା କରିଛନ୍ତି ।
ଭାରତର ଉତର ପୂର୍ବର ଦ୍ୱାରପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ ଟ୍ରେନ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ।
ବୁଲେଟ ଟ୍ରେନ ସେବା ଆରମ୍ଭ ହେଲେ ସିଲିଗୁଡ଼ିରୁ ଦିଲ୍ଲୀ ପହଂଚିବାକୁ ଯେଉଁ ୨୦ଘଂଟା ସମୟ ଲାଗୁଥିଲା, ତାହା ସେତେବେଳେ ୬ଘଂଟାକୁ କମି ଆସିବ ବୋଲି କହିଛନ୍ତି । ସିଲିଗୁଡ଼ିରୁ ଦିଲ୍ଲୀ ବୁଲେଟ ଟ୍ରେନ ପ୍ରକଳ୍ପ ଦେଶର ଦ୍ୱିତୀୟ ବୁଲେଟ ଟ୍ରେନ ପ୍ରକଳ୍ପ ହେବ ।
ଏହା ପୂର୍ବରୁ ମୁମ୍ବାଇ-ଅହମଦାବାଦ କରିଡରର ୫୦୮କିମି ଦୀର୍ଘ ବୁଲେଟ ଟ୍ରେନ ପ୍ରକଳ୍ପ ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ।
ମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ବୁଲେଟ ଟ୍ରେନ ପ୍ରକଳ୍ପ ଦିଲ୍ଲୀ ଓ ସିଲିଗୁଡ଼ିକୁ ଲକ୍ଷ୍ନୌ, ବାରାଣାସୀ ଓ ପାଟନା ଦେଇ ସଂଯୋଗ ହେବ ।
ମନ୍ତ୍ରୀ କଲକାତା ଗସ୍ତ ବେଳେ ମେଟ୍ରୋ ଟ୍ରେନରେ ବସିବା ସହ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।