ଇରାନ-ଇସ୍ରାଏଲ ଯୁଦ୍ଧ : ଟ୍ରମ୍ପଙ୍କୁ ୧୧ଜଣଙ୍କ ପରାମର୍ଶ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଇସ୍ରାଏଲ ସହିତ କାନ୍ଧ ମିଳାଇ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ତେବେ ପ୍ରଶ୍ନ ହେଉଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କେହି ପରାମର୍ଶ ଦେଉଛନ୍ତି ନା ସେ ନିଜେ ଏଭଳି ନିଷ୍ପତି ନେଉଛନ୍ତି । ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଇରାନ ଯୁଦ୍ଧରେ ଟ୍ରମ୍ପଙ୍କୁ ୧୧ଜଣ ଆବଶ୍ୟକ ମୁତାବକ ପରାମର୍ଶ ଦେଇଛନ୍ତି ।
ସେମାନେ ହେଲେ ସୁଜି ୱାଇଲ୍ସ, ଯିଏ କି ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ମହିଳା ଭାବେ ବିବେଚନା କରାଯାଏ । ସେ ଟ୍ରମ୍ପଙ୍କ ନିର୍ବାଚନ ବିଜୟ ପାଇଁ ଜଣେ ରଣନୀତୀକାର ଥିଲେ । ବର୍ତମାନ ସେ ହ୍ୱାଇଟ୍ ହାଉସ୍ କାର୍ଯ୍ୟ ଏବଂ ରାଷ୍ଟ୍ରତିଙ୍କ କାର୍ଯ୍ୟସୂଚୀ ନିୟନ୍ତ୍ରଣ କରୁଛନ୍ତି ।
ଜେଡି ଭାନ୍ସ, ଯିଏ କି ଉପରାଷ୍ଟ୍ରତି ଭାବେ ପରିଚିତ । କେବଳ ସେ ସରକାରଙ୍କ ଜଣେ ନୁହଁନ୍ତ, ବରଂ ସେ ଟ୍ରମ୍ପଙ୍କୁ ବୈଦେଶିକ ନୀତି ଏବଂ ଘରୋଇ ଅର୍ଥନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରନ୍ତି ।
ଷ୍ଟିଫେନ୍ ମିଲର, ସେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ବିଶ୍ୱସ୍ତ ସମର୍ଥକଙ୍କ ମଧ୍ୟରୁ ଜଣେ । ଟ୍ରମ୍ପ ତାଙ୍କ ଉପରେ ଅଗାଧ ଭରସା କରନ୍ତି ।
ମାର୍କୋ ରୁବିଓ, ବୈଦେଶିକ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଭୂମିକା ପାଇଁ ବିଚାର କରାଯାଉଛି । ସେ ଚୀନ, ଇରାନ ଏବଂ ଭେନେଜୁଏଲା ଭଳି ଦେଶ ପ୍ରତି ଟ୍ରମ୍ପଙ୍କ କଠୋର ବୈଦେଶିକ ନୀତିର ଜଣେ ଦୃଢ଼ ପ୍ରବକ୍ତା ହୋଇ ରହିଛନ୍ତି ।
ଷ୍ଟିଭ ୱିଟକଫ, ଟ୍ରମ୍ପଙ୍କ ଦୀର୍ଘକାଳୀନ ବନ୍ଧୁ ଏବଂ ବର୍ତମାନ ଇରାନ ସହିତ ବ୍ୟାକ-ଚେନେଲ ଆଲୋଚନାର ନେତୃତ୍ୱ ନେଉଛନ୍ତି ।
ଜାରେଡ କୁଶନର, ଟ୍ରମ୍ପଙ୍କ ଜଣେ ଅନୌପଚାରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି । ସେ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କ ସ୍ୱାମୀ, କିନ୍ତୁ ଟ୍ରମ୍ପ ଏବେ ବି ମଧ୍ୟପ୍ରାଚ୍ୟର ଜଟିଳତା ଏବଂ ଆବ୍ରାହମ୍ ଚୁକ୍ତିନାମାର ବିସ୍ତାର ସମ୍ପର୍କରେ ତାଙ୍କ ପରାମର୍ଶ ଉପରେ ବହୁତ ନିର୍ଭର କରନ୍ତି ।
ଜେନେରାଲ ଡାନ କେନ୍, ଟ୍ରମ୍ପଙ୍କ ସାମରିକ ରଣନୀତିର ମୁଖ୍ୟ ପରାମର୍ଶଦାତା, ସେ ଯୁଦ୍ଧ କ୍ଷେତ୍ରରେ ସଠିକ୍ ଆକ୍ରମଣର ଯୋଜନା ତଦାରଖ କରନ୍ତି ।
ପାମ୍ ବଣ୍ଡି, ଟ୍ରମ୍ପଙ୍କ ଦୀର୍ଘକାଳୀନ ବନ୍ଧୁ ଓ ଆଇନଗତ ପରାମର୍ଶଦାତା । ସେ ନ୍ୟାୟ ବିଭାଗର ନେତୃତ୍ୱ ନିଅନ୍ତି । ସେ ଆଇନଗତ ଚ୍ୟାଲେଞ୍ଜ ଏବଂ ପ୍ରଶାସନର ନ୍ୟାୟିକ କାର୍ଯ୍ୟସୂଚୀ ଉପରେ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି ।
ତୁଳସୀ ଗାବାର୍ଡ, ଜଣେ ପୂର୍ବତନ ଡେମୋକ୍ରାଟ । ତୁଳସୀ ଗାବାର୍ଡ ବର୍ତମାନ ଟ୍ରମ୍ପଙ୍କ ଦଳରେ ଜଣେ ପ୍ରମୁଖ ସଦସ୍ୟ, ଯଦିଓ ସେ ତାଙ୍କୁ ଯୁଦ୍ଧ ବିରୋଧୀ ମତ ଏବଂ ସାମରିକ ଗୁପ୍ତଚରଣ ସମେତ ଏକ ଭିନ୍ନ ଦୃଷ୍ଟିକୋଣରୁ ପରାମର୍ଶ ଦିଅନ୍ତି ।
ଡୋନାଲ୍ଡ ଟ୍ରମ୍ପ ଜୁନିୟର ଏବଂ ଏରିକ ଟ୍ରମ୍ପ, ଯିଏକି ଟ୍ରମ୍ପଙ୍କ ପୁତ୍ର ଏବଂ ଏରିକ ଟ୍ରମ୍ପ ରିପବ୍ଲିକାନ୍ ସରକାରରେ ଆନୁଷ୍ଠାନିକ ଭାବେ ଜଡ଼ିତ ନଥାଇପାରନ୍ତି, କିନ୍ତୁ ଟ୍ରମ୍ପ ସେମାନଙ୍କ ପରାମର୍ଶକୁ ପ୍ରାଥମିକତା ଦେଇଥାଆନ୍ତି ।