୧୦ହଜାର ବିମାନ ଉଡ଼ାଣ ରଦ୍ଦ
ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି । ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନଗୁଡ଼ିକ ୧୦ହଜାରଉଡାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଅସଙ୍ଗବା ଚୁବା କହିଛନ୍ତି ।
ପ୍ରତିଦିନ ମଧ୍ୟପ୍ରାଚ୍ୟକୁ ଭାରତରୁ ୩୦୦-୩୫୦ ଭଳି ବିମାନ ଯାଉଥିଲା । ଯୁଦ୍ଧ ପରେ ସେହି ସଂଖ୍ୟା ୮ରୁ ୯୦ ଭଳି ହୋଇଥିଲା । ଗତ ଫେବୃଆରୀ ୨୮ରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରେ ଏହି ଅଂଚଳରେ ଥିବା ଦେଶଗୁଡ଼ିକ ଆକାଶ ମାର୍ଗରେ କଟକଣା ଲଗାଇଥିଲେ ।
ବିଶେଷ କରି ଇସ୍ରାଏଲ, ଜୋର୍ଡ଼ାନ, ଲେବାନନ, କୁଏତ, କତର, ବାହାରିନ, ସଂଯୁକ୍ତ ଆରବ ଏମିରେଟସ (ୟୁଏଇ)କୁ ଉଡାଣ ପ୍ରଭାବିତ ହୋଇଥିଲା ।
ଭାରତରୁ ୟୁରୋପ ଓ ଉତର ଆମେରିକାକୁ ଯାତ୍ରା କରୁଥିବା ବିମାନଗୁଡ଼ିକ ଏହି ବାଟ ଦେଇ ଯାଉଥିଲା । କିନ୍ତୁ ଆକାଶ ମାର୍ଗରେ କଟକଣା ଲାଗିବା ପରେ ବିମାନଗୁଡ଼ିକ ଲମ୍ବା ଦୂର ଯାତ୍ରା କରି ସେଠାରୁ ପହଂଚୁଛି, ଯାହା କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ ବୃଦ୍ଧିର କାରଣ ହୋଇଛି ।
ସେଥିପାଇଁ ଭାରତୀୟ ଏୟାରଲାଇନଗୁଡ଼ିକ ମଧ୍ୟପ୍ରାଚ୍ୟକୁ ଯାଉଥିବା ଅଧିକାଂଶ ବିମାନର ଉଡାଣ ବାତିଲ କରିଛନ୍ତି । ଯୁଦ୍ଧ ସଂକଟକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ପାଇଲଟଙ୍କ ସମ୍ପର୍କିତ ନିୟମକୁ ସାମୟିକ ଭାବେ କୋହଳ କରଯାଇଛି । ତେବେ ଏହି ସୁବିଧା କେବଳ ଅନ୍ତର୍ଜାତୀୟ ରୁଟରେ ଲମ୍ବା ଦୂର ଯାତ୍ରା କରୁଥିବା ବିମାନ ଉପରେ ଲାଗୁ ହେବ ।
ବିମାନ ଚଳାଚଳ ପାଇଁ ପାଇଲଟଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ନିୟମରେ କୋହଳ କରାଯାଇଥିବା ଡିଜିସିଏ ପକ୍ଷରୁ କୁହାଯାଇଛି । ଡିଜିସିଏ ପକ୍ଷରୁ ପାଇଲଟଙ୍କ କାର୍ଯ୍ୟ କରିବା ସମୟକୁ ବୃଦ୍ଧି କରାଯାଇଚି । ଯାହା ଫଳରେ ସେମାନେ ଲମ୍ବା ଦୂର ଯାତ୍ରା କରୁଥିବା ବିମାନରେ କାମ କରିପାରିବେ ।
ଏହି ନିୟମକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କୋହଳ କରାଯାଇଛି । ଉକ୍ତ ସମୟ ସୀମା ଶେଷ ହେବା ପରେ ସରକାର ପୁଣି ଥରେ ସ୍ଥିତିର ସମୀକ୍ଷା କରି ପରବର୍ତୀ ପଦକ୍ଷେପ ଘୋଷଣା କରିବେ ବୋଲି ଶ୍ରୀ ଚୌବେ କହିଛନ୍ତି ।
ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଉଡାଣ ବାତିଲ କରାଯିବା ପରେ ସେଠାରେ ରହୁଥିବା ପାଖାପାଖି ୪୦ହଜାର ଭାରତୀୟ ସ୍ୱଦେଶ ଫେରିବା ନେଇ ଅନିଶ୍ଚିତତାରେ ରହିଛନ୍ତି ।
ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏୟାର ଇଣ୍ଡିଆ ଏହି ବିମାନ ଉଡାଣ ବାତିଲ କରିଛି ।