ଇରାନର ମିସାଇଲ ମାଡ଼, ଭାରତୀୟ ମୃତ
ଇତିମଧ୍ୟରେ ପୁଣି ଥରେ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଛି ।
ଇରାନ ଓ ଆମେରିକା ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିସାରିଛନ୍ତି ।
ଆମେରିକା ବାୟୁସେନାର ବୋମା ଓ ମିସାଇଲ ମାଡ଼ରେ ଇରାନର ଅଧିକାଂଶ ସହର ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିବାବେଳେ ପ୍ରତିଜବାବରେ ଇରାନର ମିସାଇଲ ଆକ୍ରମଣରେ ମଧ୍ୟପ୍ରାଚ୍ୟରେ ବିଭିନ୍ନ ଦେଶରେ ଥିବା ଏକାଧିକ ଆମେରିକୀୟ ସାମରିକ ଘାଟି ଧ୍ୱଂସ ହୋଇଛି ।
ତେଣେ ହର୍ମୁଜରେ ୟୁଏଇର ୨ଟି ଟ୍ୟାଙ୍କର ଉପରେ ଇରାନ କ୍ରୁଜ ମିସାଇଲ ମାଡ଼ କରିଛି । ଓମାନ ଜଳସୀମାରେ ମୋମ୍ବାସା ଓ ଅଲ ବହିୟା ନାମକ ଟ୍ୟାଙ୍କରକୁ ଇରାନ ଆକ୍ରମଣ କରିଛି ।
ଏହି ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।
ଏପରିସ୍ଥଳେ ଯୁଦ୍ଧର ଭୟାବହତାକୁ ଦେଖି ଦିଲ୍ଲୀସ୍ଥିତ ଦୂତାବାସର ସମସ୍ତ ରାଷ୍ଟ୍ରଦୂତଙ୍କୁ ବୈଦେଶିକ ମନ୍ତ୍ରଣାଳୟ ସମନ କରିଛି । ଏହି କ୍ରମରେ ଇରାନର ଦୂତାବାସକୁ ଏବଂ ଡେପୁଟି ଚିଫ୍ ଅଫ୍ ମିଶନ ମହମ୍ମଦ ଜାଭେଦ ହୋସନାନିଙ୍କୁ ମଧ୍ୟ ସମନ କରାଯାଇଛି । ବିଶେଷ କରି ଷ୍ଟ୍ରେଟ୍ ଅଫ୍ ହର୍ମୁଜେ ଜଣେ ଭାରତୀୟ ନାବିକଙ୍କ ମୃତୁ୍ୟ ପରେ ଭାରତ ପକ୍ଷରୁ ଏଭଳି ସମନ ଜାରି କରାଯାଇଛି ।