୪୬ ଇରାନୀ ଜାହାଜ ବୁଡ଼ାଇଦେବା ମଜାଦାର ଥିଲା : ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷ ସମୟରେ ୪୬ଟି ଇରାନୀ ନୌସେନା ଜାହାଜ ବୁଡ଼ାଇ ଦିଆଯାଇଛି । ଏହି ଜାହାଜଗୁଡ଼ିକୁ କବଜା କରାଯାଇପାରିଥାଆନ୍ତା ।
ଏହା ଉପରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ , ଆମେ ଜାହାଜଗୁଡ଼ିକୁ କାହିଁକି କବଜା କରି ନଥିଲୁ ? ଆମେ ସେଗୁଡ଼ିକ ବ୍ୟବହାର କରିପାରିଥାଆନ୍ତୁ ।
ଆମେ ସେଗୁଡ଼ିକୁ କାହିଁକି ବୁଡ଼ାଇ ଦେଲୁ । ସେ ଆହୁରି କହିଛନ୍ତି ଯେ ଏହି ଜାହାଜରେ ଥିବା ଲୋକମାନେ ବୁଡ଼ିବାକୁ ପସନ୍ଦ କରୁଥିଲେ, ତେଣୁ ସେଗୁଡ଼ିକୁ ବୁଡ଼ାଇ ଦେବା ମଜାଦାର ଥିଲା ।