ଚୀନରେ ଭୂମିକମ୍ପ
ମଙ୍ଗଳବାର ଚୀନର ଜିନଜିଆଙ୍ଗ ପ୍ରଦେଶରେ ୪.୩ ତୀବ୍ରତାର ଭୂମିକମ୍ପ
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ପକ୍ଷରୁ ମଙ୍ଗଳବାର ଏକ ବିବୃତିରେ କୁହାଯାଇଛି । ଏନସିଏସ ଅନୁଯାୟୀ ଭୂମିକମ୍ପ ୧୬୫ କିଲୋମିଟର ଗଭୀରତାରେ ହୋଇଥିଲା ।
ପୂର୍ବରୁ ମଧ୍ୟ ମାର୍ଚ ୫ ତାରିଖରେ ଜିନଜିଆଙ୍ଗରେ ୪.୯ ତୀବ୍ରତାର ଆଉ ଏକ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା ।
ଅନ୍ୟପକ୍ଷରେ ଘନଘନ ଭୂମିକମ୍ପ ସୃଷ୍ଟି ଯୋଗୁଁ କେବଳ ଚୀନ୍ ନୁହେଁ ଭାରତ ସହ ସମଗ୍ର ବିଶ୍ୱରେ ଚିନ୍ତା ସୃଷ୍ଟି ହୋଇଛି ।
ବିଶେଷଜ୍ଞଙ୍କ ବକ୍ତବ୍ୟ ଯେ ମୂଳତଃ ପ୍ରାକୃତିକ ଅସ୍ଥିରତା ଯୋଗୁଁ ଏଭଳି ଘଟୁଛି । ତେଣୁ ଏଥିପ୍ରତି ବିଶେଷଜ୍ଞମାନେ ଗୁରୁତ୍ୱ ଦେବାର ବେଳ ଆସିଛି ।