ଦୁବାଇ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଅପଡେଟ୍
ଦୁବାଇ ବିମାନବନ୍ଦର ଉପରେ ଆଜି ଇରାନ ପକ୍ଷରୁ ଡ୍ରୋନରେ ଆକ୍ରମଣ କରାଯାଇଛି । ତେବେ ଏହାକୁ ଦୁବାଇର ବାୟୁ ସୁରକ୍ଷା ପ୍ରଣାଳୀ ସଫଳତାର ସହିତ ପ୍ର୍ତିହତ କରିଛି । ଆକାଶମାର୍ଗରେ ୨ଟି ଡ୍ରୋନକୁ ଗୁଳି କରି ଖସାଇଦେଇଥିଲେ ସୁରକ୍ଷାକର୍ମୀ ।
ବିମାନବନ୍ଦର ନିକଟରେ ପ୍ରଚଣ୍ଡ ଶବ୍ଦ କରି ଡ୍ରୋନଗୁଡ଼ିକ ଖସିପଡ଼ିଥିଲା । ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଜଣେ ଭାରତୀୟ ଥିବା ଜଣାପଡ଼ିଛି । ସେହିପରି ଯୁଦ୍ଧର ଦ୍ୱାଦଶ ଦିନରେ କତାରର ରାଜଧାନୀ ଦୋହାର ଏକାଧିକ ସ୍ଥାନରେ ଭୀଷଣ ବିସ୍ଫୋରଣ ହୋଇଛି ।
ଏହା ପଛରେ ଇରାନ ଆକ୍ରମଣ କରିଥାଇପାରେ ବୋଲି ସନେ୍ଦହ କରାଯାଉଛି । ଏହାକୁ ଦେଖି ଦେଶବାସୀଙ୍କୁ ବାହାରକୁ ନ ବାହାରିବାକୁ କାତାର ସରକାର ସତର୍କ କରାଇଛନ୍ତି ।
ତେବେ ଆଜିର ଆକ୍ରମଣ ପରେ ମଧ୍ୟ ଦୁବାଇ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି ।